Odisha news

ମା’ଭଦ୍ରକାଳୀ ପୀଠ ଉନ୍ନତି ଲାଗି ୧ କୋଟି ଟଙ୍କାର ଘୋଷଣା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଭଦ୍ରକ ବିଧାୟକ

0

ଭଦ୍ରକ:ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ଭଦ୍ରକାଳୀ ପୀଠର ଉନ୍ନୟନକରଣ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି । ଭଦ୍ରକାଳୀ ପୀଠର ଉନ୍ନତି ଲାଗି ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଳିକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଆଗାମୀ ଦିନରେ ଏହି ଅଦୁନାଦ ରାଶିରେ ମା’ଭଦ୍ରକାଳୀଙ୍କ ପୀଠରେ ବିଭିନ୍ନ ପ୍ରକାର ଉନ୍ନୟନ କାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବା ସହ ଆଗନ୍ତୁକ ପର୍ଯ୍ୟଟକମାନଙ୍କ ଲାଗି ସବୁ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କରାଯିବା ବୋଲି ବିଧାୟକ ଶ୍ରୀ ମଲ୍ଳିକ ମତପ୍ରକାଶ କରିଛନ୍ତି ।

ଭଦ୍ରକାଳୀ ପୀଠର ଉନ୍ନତି ପାଇଁ ଅନୁଦାନ ରାଶି ଘୋଷଣା ପରେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ବିଜେଡି ନେତା ଓ କର୍ମୀମାନେ ଭଦ୍ରକ ବିଧାୟକ ଶ୍ରୀ ମଲ୍ଳିକଙ୍କ ଭଦ୍ରକ ଅପର୍ତ୍ତିବିବନ୍ଧା ସ୍ଥିତ ବାସଭବନକୁ ଯାଇ ତାଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave A Reply