Odisha news

ଭଦ୍ରକ ନେସ୍କୋର ବକେୟା ବିଲ୍ ଆଦାୟ ଅଭିଯାନ ୧୧୨୮ ଗ୍ରାହକଙ୍କ ବିଜୁଳି କାଟ୍ : ୩କୋଟି ୬୫ଲକ୍ଷ ଟଙ୍କା ଆଦାୟ

0

ଭଦ୍ରକ:ଜିଲ୍ଳାରେ ନେସ୍କୋ ପକ୍ଷରୁ ବିଦ୍ୟୁତ କାଟେ୍ ଜାରି ରହିଛି । ଗତ ୬ଦିନ ମଧ୍ୟରେ ନର୍ଥ ଓ ସାଉଥ ଡିଭିଜନ ପକ୍ଷରୁ ୯ଟି ସ୍କ୍ୱାର୍ଡ ଜରିଆରେ ଜିଲ୍ଲାର ବିଭିନ୍ନ ଅଂଚଳରେ ବିଦ୍ୟୁତ କାଟ୍ ସାଙ୍ଗକୁ ବକେୟା ବିଦ୍ୟୁତ ଦେୟ ଆଦାୟ ଚାଲିଛି । ଆଜି ସୁଦ୍ଧା ୧୧୨୮ବିଦ୍ୟୁତ ଉପଭୋକ୍ତାଙ୍କର ବିଜୁଳି ସଂଯୋଗ କାଟି ଦିଆଯାଇଛି । ବକେୟା ବିଲ୍ ବାବଦରେ ୩କୋଟି ୬୫ଲକ୍ଷ ଟଙ୍କା ଆଦାୟ ହୋଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ସୂଚନାଯୋଗ୍ୟ, ନେସ୍କୋ ନର୍ଥ ଡିଭିଜନରେ ସମୁଦାୟ ବିଦ୍ୟୁତ ଗ୍ରାହକ ଅଛନ୍ତି ୧ଲକ୍ଷ ୭୧ହଜାର । ତନ୍ମଧ୍ୟରୁ ଆଜିସୁଦ୍ଧା ୭୫୦ବିଦ୍ୟୁତ ଗ୍ରାହକଙ୍କ ବିଦ୍ୟୁତ କାଟି ଦିଆଯାଇଛି ଓ ୨କୋଟି ୫୦ଲକ୍ଷ ଟଙ୍କା ବକେୟା ଦେୟ ଆଦାୟ କରାଯାଇଛି । ନର୍ଥ ଡିଭିଜନର ବକେୟା ବିଦ୍ୟୁତ ବିଲ୍ ବାବଦରେ ପାଖାପାଖି ୨ଶହ କୋଟି ଟଙ୍କା ଆଦାୟ ନହୋଇ ପଡିରହିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନର୍ଥ ଡିଭିଜନ ଅଧିନରେ ଥିବା ବହୁ ସରକାରୀ କାର୍ଯ୍ୟାଳୟ ଗୁଡିକ ଉପରେ ୨୫କୋଟିରୁ ଉଦ୍ଦ୍ୱର୍ ଟଙ୍କା ବିପଳ ବିଦ୍ୟୁତ ଦେୟ ଆଦାୟ ନହୋଇ ପଡି ରହିଛି । ଏହା ମଧ୍ୟରୁ ଚାଷୀଙ୍କୁ ଜଳସେଚନର ସୁବିଧା ପାଇଁ ସରକାରଙ୍କ ତରଫରୁ ରହିଥିବା ଲିଫ୍ଟ ପଏଂଟ ଗୁଡିକ ଉପରେ ପାଖାପାଖି ୭କୋଟି ଟଙ୍କା ବକେୟା ବିଦ୍ୟୁତ ଦେୟ ଅନାଦେୟ ହୋଇ ପଡିରହିଛି । ସେହିପରି ଆରଡବ୍ଲୁଏସ୍ଏସ୍ ୨କୋଟି ଏହି ଡିଭିଜନ ଅଧିନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ୨କୋଟି ୮୦ଲକ୍ଷ ଟଙ୍କା, ରାଜସ୍ୱ ବିଭାଗ ଉପରେ ୮୦ଲକ୍ଷ ଟଙ୍କା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୪୫ଲକ୍ଷ, ସ୍ୱାସ୍ଥ୍ୟ ବିଭାଗ ଉପରେ ୪୦ଲକ୍ଷ, ଜନସ୍ୱାସ୍ଥ୍ୟ ବିଭାଗ ଉପରେ ୧୧ଲକ୍ଷ ଟଙ୍କା ଏହିଭଳି ବିପୁଳ ଅର୍ଥ ସରକାରୀ କାର୍ଯ୍ୟାଳୟରେ ବାକି ପଡିରହିଛି । ବଜେଟ ଏଲୋକେଶନ ନଥିବାରୁ ବିଦ୍ୟୁତ ଦେୟ ପୈଠ ହୋଇ ପାରୁନଥିବା ନେସ୍କୋ ତରଫରୁ ଜଣାଯାଇଛି । ତେବେ ବାଲେଶ୍ୱର ନେସ୍କୋ ପକ୍ଷରୁ ଜଣେ ଜଣେ ସିନିଅର ଜେନେରାଲ ମ୍ୟାନେଜରଙ୍କୁ ସରକାରୀ କାଯ୍ୟାୟଳୟ ଗୁଡିକର ବକେୟା ଦେୟ ଆଦାୟ ପାଇଁ ଭୁବନେଶ୍ୱର ପଠାଯାଇଛି । ସେହପିରି ସାଉଥ ଡିଭିଜନରେ ୧ଲକ୍ଷ ୮ହଜାର ବିଦ୍ୟୁତ ଗ୍ରାହକ ଅଛନ୍ତି ।

ଏହା ମଧ୍ୟରୁ ୩ହଜାରରୁ ଉଦ୍ଧ୍ୱର୍ ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ରହିଛି । ଆଜିସୁଦ୍ଧା ଏଥିରୁ ୩୭୮ଉପଭୋକ୍ତାଙ୍କ ବିଦ୍ୟୁତ କାଟିଦିଆଯାଇଛି । ଏହି ଡିଭିଜନର ବକେୟା ବିଦ୍ୟୁତ ଦେୟ ୧୪୫କୋଟି ଟଙ୍କା ପଡିରହିଛି । ଏଥିରୁ ଆଜି ସୁଦ୍ଧା ୧କୋଟି ୧୫ହଜାର ଟଙ୍କା ଆଦାୟ ହୋଇଛି । ଏହି ଡିଭିଜନ ଅଧିନରେ ଥିବା ସରକାରୀ କାର୍ଯ୍ୟାଳୟ ଉପରେ ପାଖାପାଖି ୨କୋଟି ରୁ ଉଦ୍ଦ୍ୱର୍ ଟଙ୍କା ଅନାଦେୟ ହୋଇପଡି ରହିଛି ।

Leave A Reply