ଭଦ୍ରକ,୦୬ ।୧୦ :ଓଡିଶାର ଉପକୂଳ ଅଞ୍ଚଳର ସାଂସଦ ମାନଙ୍କ ସହ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ସିପିଂ, ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ବାର୍ତ୍ତାଳାପ ହୋଇଥିଲା । ଏଥିରେ ଅଂଶଗ୍ରହଣ କରି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମନ୍ତ୍ରୀଙ୍କ ଠାରେ ସଂସଦୀୟ କ୍ଷେତ୍ରର ବିକାଶ ପାଇଁ ୫ଟି ଦାବି ଉପସ୍ଥାପନ କରିଥିଲେ ।
ଏହି ଦାବି ଗୁଡିକ ମଧ୍ୟରେ-ଧାମରାରେ ଏକ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା, ଧାମର-ଚୂଡାମଣୀ ଓ ପଞ୍ଚୁଭିସା ଆଦି ବନ୍ଦରର ଉନ୍ନତିକରଣ, ପୂର୍ବତଟସ୍ଥିତ ବ୍ରିଟିଶ ଅମଳରେ କାର୍ଯ୍ୟକ୍ଷମ ଥିବା ମନ୍ତେଇ ନଦୀରେ ଜଳପଥ ଓ ମେରୀଟାଇମ ସେକଫର ର ପୁର୍ନଉଦ୍ଧାର, ପର୍ଯ୍ୟଟନ କ୍ଷେତ୍ର ପାଇଁ ପ୍ରକୃଷ୍ଠ ଭିତ୍ତିଭୂମି ଥିବା ଚାନ୍ଦବାଲି-ଧାମରା, ଆରଡି, ପଞ୍ଚୁଭିସା ଓ ମୋହନପୁର ଆଦି ଉପକୂଳ ଅଞ୍ଚଳଗୁଡିକର ବିକାଶ ଏବଂ ବିଶେଷଭାବେ ପ୍ରସ୍ତାବିତ ଚୂଡାମଣୀ ବନ୍ଦରକୁ ସର୍ବକାଳୀନ(ଅଲେଓ୍ୱଦର ପୋର୍ଟ)ବନ୍ଦର ର ମାନ୍ୟତା ଦେବାକୁ ସାଂସଦ ଶ୍ରୀମତୀ ମଣ୍ଡଳ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।
ପ୍ରକାଶ ଥାଉକି, ଭଦ୍ରକ ଲୋକସଭା ସଂସଦୀୟ କ୍ଷେତ୍ର ଅଧିନସ୍ଥ ବାସୁବେଦବୁର ବ୍ଲକ ଅନ୍ତର୍ଗତ ଚୂଡାମଣିକୁ ବନ୍ଦର ମାନ୍ୟତା ପାଇଁ ସର୍ଭେ ହୋଇ ଘୋଷଣା ପାଇଁ ଚୂଡାନ୍ତ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି
