Odisha news

ଗାନ୍ଧି ବାଳାଶ୍ରମ ପରିସରରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0

ଭଦ୍ରକ :ଐତିହାସିକ ଗାନ୍ଧି ଓଡିଶା ବାଳାଶ୍ରମ ପରିସରରେ ମହାତ୍ମା ଗାନ୍ଧି ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସାମାଜିକ ଦୁରତା ରକ୍ଷା ସହ ଧୁମ୍‍ଧାମ୍‍ ରେ ପାଳିତ ହୋଇଯାଇଛି । ପ୍ରତୁ୍ୟଷରୁ ଅନ୍ତେବାସୀମାନଙ୍କ ଦ୍ୱାରା ଗାନ୍ଧିଜୀ ଅବସ୍ଥାନ କରିଥିବା ଗୃହକୁ ପୁଷ୍ପ, ମୁରୁଜ ଓ ଆଲୋକ ଦ୍ୱାରା ସୁସଜ୍ଜିତ କରାଯାଇଥିଲା । ତତ୍‍ପରେ ଅନ୍ତେବାସୀମାନଙ୍କ ଦ୍ୱାରା ଗାନ୍ଧି ଭଜନ, ସର୍ବ ଧର୍ମ ପ୍ରାର୍ଥନା ଗାନ କରା୍‍ଯାଇଥିଲା । ଗାନ୍ଧିଜୀଙ୍କ ଜୀବନ ସର୍ମ୍ପକିତ ଶହେଟି ଫଟୋ ଚିତ୍ର ପ୍ରଦର୍ଶନୀକୁ ମୁଖ୍ୟ ଅତିଥୀ ଡିଆରଡିଏର ପିଡି ମଧୁସୁଦନ ଦାସ ଉଦ୍‍ଘାଟନ କରିବା ସହ ବୁଲି ଦେଖିଥିଲେ । ତାଙ୍କ ସହ ଜିଲ୍ଲା ସଂସ୍କୃତି ଅଧିକାରିଣୀ ମନସ୍ୱିନୀ ରାଉତ ଓ ଡିଆଇପିଆରଓ ଗୋଲଖ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଗାନ୍ଧି ବାଳାଶ୍ରମ ସମ୍ପାଦକ ଅଶୋକ ଦାସ ଗାନ୍ଧି ଓଡିଶା ବାଳାଶ୍ରମର ପ୍ରତିଷ୍ଠା ଓ ମହାତ୍ମା ଗାନ୍ଧିଙ୍କ ୧୯୩୪ ମସିହା ଐତିହାସିକ ହରିଜନ ପଦଯାତ୍ରା ଅବସରରେ ଗାନ୍ଧିଜୀଙ୍କ ବାଳାଶ୍ରମରେ ୩ଦିନ ରହଣୀ ସର୍ମ୍ପକରେ ସୁଚନା ଦେଇଥିଲେ । ମହାତ୍ମା ଗାନ୍ଧି କେବଳ ବ୍ୟକ୍ତି ନୁହଁଦ୍ଦି ବରଂ ଏକ ବଳିଷ୍ଠ ବିଚାର । ସତ୍ୟର ସାଥୀ, ଶାନ୍ତିର ସାରଥୀ ଓ ଅହିଂସାର ଅଗ୍ରଦୂତ । ସତ୍ୟ ଜରିଆରେ ସେ ଇଶ୍ୱରଙ୍କୁ ଖୋଜିବାକୁ ପ୍ରେରଣା ଦେଉଥିଲେ । ତେଣୁ ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ମୁଖ୍ୟ ଅତିଥୀ ଅନ୍ତେବାସୀମାନଙ୍କୁ ଉଦ୍‍ବୋଧନ ଦେଇଥିଲେ । ତତ୍‍ପରେ ଜିଲ୍ଲା ପ୍ରଶାସନ ତରଫରୁ ଅନ୍ତେବାସୀମାନଙ୍କୁ ବିସ୍କୁଟ, ଚକୋଲେଟ ଓ ମିଷ୍ଠାନ ଆଦି ଦିଆଯାଇଥିଲା ।

ଏଠାରେ ରହିଥିବା ଗାନ୍ଧିଜୀଙ୍କ ବ୍ୟବହୃତ ସାମଗ୍ରୀକୁ ସଂରକ୍ଷଣ କରି ନ ରଖିଲେ ଆଗାମୀ ପିଢି ହୁଏତ ଏପରି ଦୁର୍ଲଭ ବସ୍ତୁକୁ ଦେଖିବାର ସୁଯୋଗ ହରାଇ ବସିବେ । ତେଣୁ ସରକାରଙ୍କ ଘୋଷଣା ମୁତାବକ ଗାନ୍ଧି ସର୍କିଟ ପାଇଁ ଅନୁଦାନ ଯୋଗାଇ ଦେବାକୁ ବ୍ୟବସ୍ଥା କରିବା ପାଇଁ ସମ୍ପାଦକ ଶ୍ରୀ ଦାସ ଓ ଅଧ୍‍ୀକ୍ଷକ ହୃଷିକେଶ ମହାନ୍ତି ନିବେଦନ କରିଥିଲେ । ବାଳାଶ୍ରମର ଅନ୍ତେବାସୀ ମାନଙ୍କ ଦ୍ୱାରା ଗାନ୍ଧିଜୀଙ୍କ ଜୀବନୀ ସର୍ମ୍ପକିତ ଚିତ୍ରାଙ୍କନ, ରଚନା ଓ ପ୍ରଶ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଦିବସ ବ୍ୟାପୀ କାର୍ଯ୍ୟକ୍ରମକୁ ଝରଣା ଦାସ, ରାମ ନାରାୟଣ ପଣ୍ଡା, ତଥାଗତ ଜେନା, ନିକିତା ବର୍ମା, ନିରନ ନାୟକ, ଚନ୍ଦନ ସାହୁ, ଅରବିନ୍ଦ ସେଠୀ, ସୌମ୍ୟ ରନ ଦାସ, ରାଜେଶ ମୋହିନୀ, ପ୍ରତିମା ସାହୁ, ସସ୍ମିତା ମଲ୍ଲିକ, ସ୍ନିଗ›ାରାଣୀ ଜେନା, ନିରନ ରାଉତ, ଝୁନୁଲତା ରାଉତ, କୁନ୍‍ମୁନ୍‍ ପଣ୍ଡା ପରିଚାଳନା କରିଥିଲେ

Nalco
Leave A Reply