Odisha news

ପ୍ରବାସୀଙ୍କ ବହୁସଂଖ୍ୟକ ପ୍ରତ୍ୟାବର୍ତ୍ତନରେ ଭଦ୍ରକ ପ୍ରଶାସନ ବେହାଲ , ଷ୍ଠେସନରେ ଓହ୍ଲାଇଲେଣି ୧୦୮୯୭ପ୍ରବାସୀ, ଭଦ୍ରକର ୪,୮୭୩

0

ଭଦ୍ରକ  : ଭଦ୍ରକ ରେଳ ଷ୍ଠେସନରେ ଏବେ ପ୍ରବାସୀ ଫେରନ୍ତା ମାଳମାଳ  । କରୋନା କଟକଣା ହ୍ରାସ ପରେ ବହୁ ସଂଖ୍ୟକ ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ନେଇ ଏବେ ଜିଲ୍ଲା ପ୍ରଶାସନ ବେହାଲ ହୋଇପଡିଛି  । ଅନ୍ୟରାଜ୍ୟ ଓ ଜିଲ୍ଳାର ବହୁ ସଂଖ୍ୟକ ପ୍ରବାସୀ ଫେରନ୍ତାମାନେ ଟ୍ରେନରେ ଆସୁଥିବା ବେଳେ ଏମାନଙ୍କ ଥଇଥାନର ବ୍ୟବସ୍ଥା ପ୍ରଶାସନର ଚିନ୍ତା ବଢାଇଛି  । ଫେରନ୍ତା ପ୍ରବାସୀଙ୍କ ରହିବା, ଖାଇବା, ପିଇବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇଦେବାରେ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି  । ଅନ୍ୟପଟେ ପ୍ରବାସୀଙ୍କ ଥଇଥାନରେ ବ୍ୟତିକ୍ରମ ନେଇ ଏବେ ପ୍ରବାସୀମାନେ ସ୍ୱର ଉତ୍ତୋଳନ କରି ରାଜରାସ୍ତାକୁ ଅବରୋଧ କଲେଣି  । ଆଜି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟ୍ୱିଟ୍ କରି ଜିଲ୍ଳାକୁ ଆଜି ସୁଦ୍ଧା ୧୦ହଜାର ୮୯୭ଜଣ ପ୍ରବାସୀ ଟ୍ରେନରେ ଆସିଥିବାର ସୂଚନା ଦେଇଛନ୍ତି  ।

ଗତକାଲି ସର୍ବାଧିକ ୪୦ହଜାର ୩୮୭ଜଣ ଓହ୍ଲାଇଛନ୍ତି  । ଏକ ସ୍ପେଶାଲ ଶ୍ରମିକ ଟ୍ରେନ ତାମିଲନାଡୁ ସଲେମ ରୁ ବାଲେଶ୍ୱର ଅଭିମୁଖେ ଆସି ଆଜି ସନ୍ଧ୍ୟା ୭ଟାରେ ଭଦ୍ରକ ଷ୍ଟେସନରେ ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି  । ଗତକାଲିର ଗୋଟିଏ ଟ୍ରେନ ଓ ଆଜି ୨ଟି ଟ୍ରେନରେ ସମୁଦାୟ ୨୦୧୧ଜଣ ବାହାର ଜିଲ୍ଲା ଓ  ବାହାର ରାଜ୍ୟର ଶ୍ରମିକମାନେ ଭଦ୍ରକରେ ଓହ୍ଲାଇଛନ୍ତି  । ଗତକାଲି ରାତି ୧୧ଟା ୨୦ରେ ଚେନାଇରୁ ଭଦ୍ରକ ଆସିଥିବା ଟ୍ରେନରେ ୧୬୪୫ଜଣ ଓହ୍ଲାଇଥିଲେ  । ଏମାନଙ୍କ ମଧ୍ୟରେ ୧୬ଜଣ ଅନ୍ୟରାଜ୍ୟର ଶ୍ରମିକ ଅଛନ୍ତି  । ଝାଡଖଣ୍ଡର ୧, ବିହାର ୧୪ଜଣ ଓ ମଧ୍ୟପ୍ରଦେଶର ର ୧  । ଏହାବ୍ୟତୀତ ଆମ ରାଜ୍ୟର ୨୯ଟି ଅନ୍ୟ ଜିଲ୍ଲାର ୧୬୨୯ଜଣ ଶ୍ରମିକ ଅଛନ୍ତି  । ଏମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାର ୧୩୨ଜଣ ଥିବା ବେଳେ ବଲାଙ୍ଗିର ର ୮୮, ବରଗଡ ୧୮, ବାଲେଶ୍ୱର ୨୦୦, କଟକ ୮୩, ଦେଓଗଡ ୧୪, ଢେଙ୍କାନାଳ ୨୧, ଗଞ୍ଜାମ ୧୬୨, ଯାଜପୁର ୮୦, ଜଗତସିଂପୁର ୪୯, ଖୋର୍ଦ୍ଦା ୯୧, କେନ୍ଦୁଝର ୭୪, କେନ୍ଦ୍ରାପଡା ୧୧୫, ମାଲକାନାଗିରି ୩, ମୟୁରଭଞ୍ଜର ୨୦୨ ଶ୍ରମିକ ଅଛନ୍ତି  ।

ସେହିପରି କୋରାପୁଟ ଜିଲ୍ଲାର ୪ଜଣ, କନ୍ଧମାଳ ୮, ନବରଙ୍ଗପୁର ୧୮, ନୂଆପଡା ୧୯, ନୟାଗଡ ୧୭, ପୁରୀ ୬୮, ରାୟଗଡା ୧୭, ସମ୍ବଲପୁର ୨. ସୁନ୍ଦରଗଡ ୫୦, ଗଜପତି ୧୫, ସୁବର୍ଣ୍ଣପୁର ୨, ଅନୁଗୁଳ ୧୧, ବୌଦ୍ଧ ୪ ଓ କଳାହାଣ୍ଡି ଜିଲ୍ଳାର ୩୯ଜଣ ଅଛନ୍ତି  । ଆଜି ବାଙ୍ଗାଲୋରରୁ ବାଲେଶ୍ୱର ଆସିଥିବା ଟ୍ରେନରେ ଭଦ୍ରକ ଜିଲ୍ଲାର ୨୧୦ଜଣ ଓହ୍ଲାଇଥିବା ବେଳେ ଅନ୍ୟ ୭ଟି ଜିଲ୍ଳାର ୧୩୩ଜଣ ଓହ୍ଲାଇଥିଲେ  । ଏମାନଙ୍କ ମଧ୍ୟରେ ପୁରୀ ଜିଲ୍ଳାର ୧୦୦, ଯାଜପୁର ୧୫, କେନ୍ଦୁଝର ୩, ବାଲେଶ୍ୱର ୮, ଢେଙ୍କାନାସୁରଟରଳ ୩, ଖୋର୍ଦ୍ଦା ୩, ନୟାଗଡ ୧  । ସୁରଟରୁ ବାଲେଶ୍ୱର ଆସିଥିବା ଆଜି ଟ୍ରେନରେ ଭଦ୍ରକ ଜିଲ୍ଳାର ୨୩ଜଣ ଓହ୍ଲାଇଛନ୍ତି  । ୩ଟି ଟ୍ରେନରେ ଓହ୍ଲାଇଥିବା ଯାତ୍ରୀଙ୍କ ମଧ୍ୟରୁ ୩୬୬ଜଣ ଭଦ୍ରକ ଜିଲ୍ଲାର  ।

ଏହା ମଧ୍ୟରୁ ଭଦ୍ରକ ବ୍ଲକର ୫୦ଜଣ ଶ୍ରମିକ ଥିବା ବେଳେ ଭଦ୍ରକ ପୌରପାଳିକାର ୭ଜଣ, ବନ୍ତର ୬୦ଜଣ, ବାସୁଦେବପୁର ର ୫୫ଜଣ, ବାସୁଦେବପୁର ପୌରପାଳିକାର ୨୦ଜଣ, ଭଣ୍ଡାରିପୋଖରୀ ବ୍ଲକର ୨୩, ଚାନ୍ଦବାଲି ବ୍ଲକର ୪୨, ଧାମନଗର ବ୍ଲକର ୬୫, ଧାମନଗର ଏନଏସିର ୧ଜଣ, ତିହିଡି ବ୍ଲକର ୪୨ଜଣ ଶ୍ରମିକ ଓହ୍ଲାଇଛନ୍ତି  । ଅନ୍ୟପକ୍ଷରେ ଆଜି ରାତିରେ ବି ବହୁ ଟ୍ରେନରେ ପ୍ରବାସୀମାନେ ଆସି ଭଦ୍ରକ ରେଳଷ୍ଠେସନରେ ପହଞ୍ଚିବେ ବୋଲି ସୂଚନା ମିଳିଛି  ।

Nalco

Leave A Reply