ଭଦ୍ରକ,୧୮ ।୦୯ :ଭଦ୍ରକ ତିହିଡି ଥାନା ଅଞ୍ଚଳରେ ଏକ ନାବାଳିକା ଯୌନ ନିର୍ଯାତନ ମାମଲାର ବିଚାର କରି ଅଭିଯୁକ୍ତ ଶୁକୁଟା ଓରଫ ପ୍ରଦୀପ ମଳିକ କ ଭଦ୍ରକ ସ୍ୱତନ୍ତ୍ର ପସ୍କୋ ର୍କୋଟ ତଥା ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଣତୀ ସାହା ୨୫ ବର୍ଷ ଆଜୀବନ ଜେଲ ଓ ୧ଲକ୍ଷ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି ।
୨୦୦୬ ମସିହାରେ ତିହିଡି ଥାନା ଅର୍ନ୍ତଗତ କାଁପଡା ମଠସାହି ଗାଁ ର ଏକ ନାବାଳିକା(୧୨ ବର୍ଷ) ଗତ ୨୦.୦୧.୧୬ ତାରିଖରେ ବିଲ କୁ ଯାଇଥିଲେ । ସେହି ଗାଁର ଅଭିଯୁକ୍ତ ଶୁକୁଟା ଓରଫ ପ୍ରଦୀପ ମଳିକ ନିଜ ମୁଣ୍ଡ ଉପରକୁ ନଳିତା ଖାଡି ଉଠାଇବା ପାଇଁ ସଂପୃକ୍ତ ନାବାଳିକାର ସହାୟତା ଲୋଡିଥିଲେ ।
ଏହି ନାବାଳିକା ଜଣଙ୍କ ସହାୟତା ପ୍ରଦାନ କରିବାକୁ ପାଖକୁ ଆସିବାରୁ ଶୁକୁଟା ତାକୁ ଜବରଦସ୍ତ ଧର୍ଷଣ କରିଥିଲା । ଏସମ୍ପର୍କରେ ପୀଡିତା ବାପାଙ୍କ ଅଭିଯୋଗ କୁ ଭିର୍ତି କରି ତିହିଡି ଥାନା ରେ କେଶ ନଂ – ୭୭/୧୬ ଦଫା ୩୬୭ ଓ ପସ୍କୋ ଆଇନୀ ର ଧାରା ୪ ରେ ଅଭିଯୁକ୍ତ ଙ୍କପ ଗିରଫ କରି ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରି ର୍କୋଟ ଚାଲଣା କରିଥିଲେ । ର୍କୋଟ ରେ ସ୍ପେଶାଲ କେଶ ନଂ-୭/୧୬ ହୋଇ ମାମଲା ବିଚାରଧିନ ଥିଲା । ଅଭିଯୁକ୍ତ ଜଣଙ୍କ ସେହିଦିନଠାରୁ ବିଚାରଧିନ ବନ୍ଦୀ ଭାବେ ଜେଲରେ ଥିଲେ ।ଏହି ମାମଲାଟିରେ ପୀଡିତାଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ପରିଚାଳନା କରିଥିଲେ ।
