ବନ୍ୟା ଛାଡିବା ପରେ ଦୁର୍ଦ୍ଦଶା : ଆରଡି ଅଞ୍ଚଳରେ ଗୋରୁ ମଡକ , ୫ଦିନ ମଧ୍ୟରେ ବଜବଜିଆ ରୋଗରେ ମଲେଣି ୨୦ ଗୋରୁ, ଶହଶହ ଆକ୍ରାନ୍ତ
ଭଦ୍ରକ/ଆରଡି :ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଳକ ଅଧିନ ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ପଞ୍ଚାୟତରେ ବନ୍ୟା ଛାଡିଥିଲେ ମଧ୍ୟ ବିପନ୍ନଙ୍କର ଦୁର୍ଦଶା ବଢି ଚାଲିଛି । ବନ୍ୟାପାଣିରେ ଲୋକମାନଙ୍କର ବାସ ଯାଇଥିବା ବେଳେ ଚାଷୀ ମାନଙ୍କର ହଜାରହଜାର ହେକଫର ସାରଦ ଧାନ‘ାଷ ଉଜୁଡି ଯାଇଛି । ଏବେ ଉକ୍ତ ଅଞ୍ଚଳରେ ଲାଗି ରହିଛି ଗୋରୁ ମଡକ । ଏପରିକି ଦୀର୍ଘ ୫ଦିନ ମଧ୍ୟରେ ୨୦ଗୋରୁଙ୍କର ବଜବଜିଆ ରୋଗରେ ଜୀବନ ଯାଇଥିବା ବେଳେ ରୋଗ ପ୍ରତିଷେଧକ ଟିକା ମିଳୁନଥିବାରୁ ଶତାଧିକ ଗୋରୁ ଆକ୍ରାନ୍ତ ଅବସ୍ଥାରେ ରହିଛନ୍ତି ।
ଏପରି ସମସ୍ୟା ବାବଦରେ ଗୋପାଳକ ଧୁଷୁରୀ ପଶୁ ଚିକିସିାଳୟକୁ ଫୋନ କରୁଥିଲେ ମଧ୍ୟ ପଶୁ ଚିକିସିାଳୟ ଚାନ୍ଦବାଲିକୁ ସ୍ଥାନାନ୍ତର ହୋଇଯାଇଛି ସେଠାକୁ ଫୋନ କରନ୍ତୁ ବୋଲି କହିଛନ୍ତି କୋଇଲିଖା ଗାଁର ଗୋପାଳକ ନରେନ୍ଦ୍ର ଦାଶ, କାଳନ୍ଦୀ ଦାଶ, ବିଶ୍ୱମ୍ବର ଦାଶ, ଶଶଧର ବିଶ୍ୱାଳ, କ୍ଷିରୋଦ ବିଶ୍ୱାଳ ପ୍ରମୁଖ ।
ଏପରି ଗାଁ ଲୋକଙ୍କ ସମସ୍ୟା ବାବଦରେ ଚାନ୍ଦବାଲି ପଶୁ ଚିକିସିା ଅଧିକାରୀଙ୍କୁ ପଚାରରିବାରୁ ବୈତରଣୀ ନଦୀରେ ପାରି ହୋଇ ୪ଟି ପଞ୍ଚାୟତର ଗୋରୁଙ୍କ ଚିକିସିା କରିବା ସମ୍ଭବପର ହୋଇ ପାରୁନାହିଁ । ତେଣୁ ସୁନ୍ଦରପୁରରେ ଜଣେ ଏଲ.ଆଇଙ୍କୁ ଦାୟୀତ୍ୱ ଦିଆଯାଇଛି । ଖୁବଶିଘ୍ର ଯାଇ ପହଁଁଞ୍ଚିବେ ।
ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବ ଚାନ୍ଦବାଲି ବ୍ଲକର ଆରଡି ସମେତ ୪ଟି ପଞ୍ଚାୟତରେ ଗୋଳିଆ ବନ୍ୟାପାଣି ଦୀର୍ଘଦିନ ଧରି ଧାନକ୍ଷେତ ଓ ଆଖପାଖ ଅଞ୍ଚଳରେ ୧୦/୧୨ଦିନ ଧରି ଲହଡି ଭାଙ୍ଗିବା ଫଳରେ ବିଭିନ୍ନ ସ୍ଥାନରେ ପଟୁ ଚଢିଯାଇଥିଲା । ଫଳରେ ପଟୁ ମିଶ୍ରିତ ଘାସ ଖାଇବାରୁ ଏପରି ରୋଗରେ ଗୋରୁ ଗାଈ ସଂକ୍ରମଣ ହୋଇଥାନ୍ତି । ଏଥିପ୍ରତି ପଶୁ ବିଭାଗ ପକ୍ଷରୁ ବନ୍ୟା ଛାଡିବା ପରେ ରୋଗ ପ୍ରତିଷେଧକ ଟିକା ଦେବା ଜରୁରୀ ବୋଲି ପଶୁ ବିଶେଷଜ୍ଞମାନେ ମତ ଦେଇଛନ୍ତି
