ଭଦ୍ରକ :ଭଦ୍ରକ ଚରମ୍ପା ସ୍ଥିତ ଆର.ସି.ବି.ଏଲ ହାଇସ୍କୁଲର ସେ ଜଣେ ଛାତ୍ରବସିଳ ଶିକ୍ଷକଭାବେ ପରିଚିତ ଅର୍ଜୁନ ଚୌଧୁରୀଙ୍କ ପରଲୋକ ଘଟିଛି । ସ୍ୱର୍ଗତ ଚୌଧୁରୀ ଥିଲେ ଜଣେ ନିଷ୍କପଟ ଦରଦୀ ମଣିଷ ।
କନିଷ୍ଠମାନଙ୍କ ପ୍ରତି ତାଙ୍କର ଥିଲା ତାଙ୍କର ଅନାବିଳ ସ୍ନେହ । ସେ ଡଗରାସାହି ସ୍ଥିତ ତରୁଣ ପାଠାଗାର ର ସମ୍ପାଦକ ଭାବେ ଅନେକ ଦିନ ଧରି କାଯ୍ୟ କରିଥିଲେ ।
ଏହା ସହିତ ଡଗରାସାହି ଲକ୍ଷ୍ମୀ ମନ୍ଦିର ଚେତନା ସଂଘର ମଧ୍ୟ ଜଣେ ସକ୍ରିୟ ଗୁରୁଭାଇ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
