ଭଦ୍ରକ : ୭୬ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୨୫୪୬ , ଉପ-ଜିଲ୍ଲାପାଳଙ୍କୁ କରୋନା, ମୃତୁ୍ୟ ସଂଖ୍ୟା ୮କୁ ବୃଦ୍ଧି
ଭଦ୍ରକ :ଭଦ୍ରକ ଜିଲ୍ଲାରୁ ଆଜି ଆଉ ୭୬ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଉପ-ଜିଲ୍ଲପାଳ କରୋନା ପଜିଟିଭ ଭାବେ ଚିିହ୍ନଟ ହୋଇଥିବା ଜଣା ଯାଇଛି । ଫଳରେ ଉପଜିଲ୍ଲାପାଳ ହୋମ କ୍ୱାରେଣ୍ଟିନ ହୋଇଥିବା ବେଳେ ଅତିରିକ୍ତ ଉପ-ଜିଲ୍ଲାପାଳ ମନୋରମା ଭୂୟାଁ ଆସନ୍ତା ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଉପଜିଲ୍ଲାପାଳଙ୍କ ଦାୟିତ୍ୱ ନିର୍ବାହ କରିବେ ବୋଲି ଜିଲ୍ଲାପାଳ ଡ. ଜ୍ଞାନ ଦାସ ଟୁଇଟ୍ କରି ଜଣାଇଛନ୍ତି ।
ଆଜି ନୂତନ ଭାବେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୬ରେ ପହଞ୍ଚିଛି । ଜିଲ୍ଲାର ମୋଟ ୪୬ ହଜାର ୧୧୦ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ଚିିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୭୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ୭୬୩ଜଣ ଆକ୍ରାନ୍ତ ଆକଫିଭ କେଶ ଭାବେ ଚିିକିତ୍ସାଧିନ ଅଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲାର ମୋଟ କରୋନା ମୃତୁ୍ୟ ସଂଖ୍ୟା ୭ରୁ ବୃଦ୍ଧି ହୋଇ ୮ ହୋଇଛି । ଆଜି ଚିହ୍ନଟଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୯ଜଣ, ବାସୁଦେବପୁର ପୌରପାଳିକାରୁ ୭, ଭଦ୍ରକ ବ୍ଲକରୁ ୧୧, ଭଦ୍ରକ ପୌରପାଳିକାରୁ ୨୩, ବନ୍ତ ବ୍ଲକରୁ ୩, ଭଣ୍ଡରିପୋଖରୀ ବ୍ଲକରୁ ୩, ତିହିଡି ବ୍ଲକରୁ ୧୦, ଧାମନଗର ବ୍ଲକରୁ ୫ ଚିିହ୍ନଟ ହୋଇଥିବା ବେଳେ ଅନ୍ୟ ଜିଲ୍ଳାରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
