ଭଦ୍ରକ :ବିଶିଷ୍ଟ ସାହିତି୍ୟକ ତଥା ସୁବକ୍ତା ପ୍ରଫୁଲ୍ଲ ପଣ୍ଡାଙ୍କ ଆକସ୍ମିକ ବିୟୋଗରେ ଗାନ୍ଧି ଓଡିଶା ବାଳାଶ୍ରମ ଠାରେ ସାମାଜିକ ଦୁରତ୍ୱ ରକ୍ଷା କରି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଝରଣା ପଟ୍ଟନାୟକଙ୍କ ପୋððରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଳି ଉତ୍ସବରେ କବିୟତ୍ରୀ ଶାନ୍ତିଲତା ନାଗ, ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ, ବାଳାଶ୍ରମର ସମ୍ପାଦକ ଅଶୋକ ଦାସ ଅଧୀକ୍ଷକ ହୃଷିକେଶ ମହାନ୍ତି ଯୋଗ ଦେଇ ଦିଂବଗତ ପ୍ରଫୁଲ୍ଲ ପଣ୍ଡାଙ୍କ ସାହିତ୍ୟ ଓ ସମାଜ ସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ସମ୍ପର୍କରେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ବାଳାଶ୍ରମର ସମ୍ପାଦକ ଶ୍ରୀ ଦାସ ପଣ୍ଡାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିବା ସହିତ ତାଙ୍କର ବାଳାଶ୍ରମ ସହିତ ଥିବା ନିବିଡ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ ।
ପଣ୍ଡା ଏକାଧାରାରେ ଜଣେ ସୁସାହିତି୍ୟକ, କବି, ନାଟ୍ୟକାର, ଗବେଶକ, ସୁବକ୍ତା, ବାଗ୍ମୀ, ସମୀକ୍ଷକ ଓ ଓଡିଆ ଜଗତର ପ୍ରବାଦ ପୁରୁଷ ଭାବରେ ଅନଦ୍ଦ କାଳ ପର୍ଯ୍ୟନ୍ତ ସ୍ମରଣୀୟ ଓ ବନ୍ଦନୀୟ ହୋଇ ରହିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ମୃତ୍ୟì ପର୍ଯ୍ୟଦ୍ଦ ସେ ଭଦ୍ରକ ତଥା ଓଡିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିଲେ । ତାଙ୍କ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମମାନ ସବୁ ପିଢିର ଲେଖକ, ସାହିତ୍ୟ ଗବେଷକ ଓ ବକ୍ତା ମାନଙ୍କୁ ନିଜର ପ୍ରତିଭା ବିକାଶ କରିବାକୁ ସଯୋଗ ପ୍ରଦାନ କରୁଥିଲା । ସଙ୍ଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ନିର୍ଦ୍ଦେଶନାରେ ବାଳାଶ୍ରମର ଅନ୍ତେବାସୀମାନେ ସ୍ମୃତି ସଙ୍ଗୀତ ପରିବେଶଣ କରିଥିଲେ
