ବୈତରଣୀ ନଦୀକୁ ପଥରପ୍ୟାକିଂ ଧସିବା ଘଟଣା : ୨୦ନଂ ଜାତୀୟ ରାଜପଥର ଅସ୍ଥାୟୀ ମରାମତି ଆରମ୍ଭ , ବାଉଁଶ ବାଲିବସ୍ତା କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋ
ଭଦ୍ରକ/ଆରଡି :ଗତ ୪ଦିନ ତଳେ ଭଦ୍ରକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଆରଡି ନିକଟସ୍ଥ ବୋଡକ ନିକଟରେ ଆଖଣ୍ଡଳମଣି-ଯାଜପୁର ୨୦ନଂ ଜାତୀୟ ରାଜପଥର ପ୍ରାୟ ୨ଶହ ଫୁଟର ପଥର ପ୍ୟାକିଂ ଲଘୁଚାପ ଜନିତ ଲଗାଣ ବର୍ଷାରେ ନଦୀ ମଧ୍ୟକୁ ଧସିଯାଇଥିଲା ।
ଫଳରେ ନଦୀକୂଳିଆ ବାସୀ ଆତଙ୍କିତ ହୋଇ ପଡିବା ସହ ଉଭୟ ପର୍ଯ୍ୟଟନସ୍ଥଳକୁ ଯୋଗେଯାଗ ବିଛିନ୍ନ ହେବାର ଆଶଙ୍କା ଦେଖାଇଥିଲା । ଏପରି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାଣିକୋଇଲି ଏନ.ଏଚ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରିବା ସହ ସ୍ଥାୟୀ ମରାମତି ପାଇଁ ସ୍ଥାନୀୟ ଲୋକଙ୍କୁ ଆଶୋସନା ଦେଇଥିଲେ ।
ହେଲେ କାର୍ଯ୍ୟରତ ଠିକାଦାର ଘଟଣାକୁ ଲୁଚାଇବାକୁ ଯାଇ ଉକ୍ତ ସ୍ଥାନରେ ଜରିପାଲ ଘୋଡାଇବାରୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ତିବ୍ର ପ୍ରତିକ୍ରିୟା ଦେଖାଦେବା ପରେ ଧସିଥିବା ସ୍ଥାନରୁ ଜରିପାଲ କଢାଯାଇ ସୋମବାର ବିଭାଗ ପକ୍ଷରୁ କେତେଖଣ୍ଡ ବାଉଁଶ ଓ ବାଲିବସ୍ତା ପକାଯାଇଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ଏପରିକି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯେଉଁଠି ପଥରବନ୍ଧ ରହିଲାଣି ସେଠାରେ କିପରି ଭାବେ ବାଉଁଶ ବାଲିବସ୍ତା ଜାତୀୟ ରାଜପଥକୁ ସୁରକ୍ଷା ଦେବ? ତାହାସହ ଠିକାଦାରଙ୍କୁ ଘେରାଉ କରିବା ସହ କାର୍ଯ୍ୟକୁ ବନ୍ଦ କରିଥିଲେ । ଏପରି କାର୍ଯ୍ୟକୁ ବାବଦରେ ଏନଏଚ ବିଭାଗର କନିଷ୍ଠଯନ୍ତ୍ର୍ରୀ ଶୁଭସ୍ମିତା ପାଣିଙ୍କୁ ପଚାରିବାରୁ ଉକ୍ତ ସ୍ଥାନରେ କାର୍ଯ୍ୟ ଜାରି ରହିଛି, ଆଗକୁ ସାମ୍ଭାବ୍ୟ ଲଘୁଚାପ ବର୍ଷା ଥିବାରୁ ଯେପରି ଅନ୍ୟପଥର ଖଣ୍ଡ ନଖସିବ ସେଥିପାଇଁ ଅସ୍ଥାୟୀ ଭାବେ ବାଲିବସ୍ତା ଓ ବାଉଁଶ ଦିଆଯାଇଛି ।
