ଭଦ୍ରକ :ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି । ତେବେ ଚଳିତ ବର୍ଷ ବିଭିନ୍ନ କାରଣରୁ ୨ ବିଜ୍ଞାନ ପରୀକ୍ଷା ଫଳ ନୈରାଶ୍ୟ ଜନକ ହୋଇଥିବାବେଳେ କ୍ରମାଗତ ୯ମଥର ପାଇଁ ପ୍ରତିଷ୍ଠିତ ଆବାସିକ ଘରୋଇ ଶିକ୍ଷାନୁଷ୍ଠାନ ବିନାୟକ ରେସିଡେସନ୍ସିଆଲ ହାୟର ସେକେଣ୍ଡାରି ସ୍କୁଲ, ଭଦ୍ରକ ଆଶାତୀତ ସଫଳତା ହାସଲ କରିଛି ।
ଜିଲ୍ଲାର ମୋଟ ୧୨ଟି ଆବାସିକ କଲେଜ ମଧ୍ୟରୁ ଏହି କଲେଜ ସଫଳତାର ଶୀର୍ଷରେ ରହିଥିବା ଜଣାପଡିଛି । କଲେଜ ଅଧ୍ୟକ୍ଷ ପ୍ରଭାତ ପ୍ରଭାକର ପାଢ଼ୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ କଲେଜର ମୋଟ ୨୪୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୧ଜଣ ପ୍ରଥମ ଶ୍ରେଣୀ, ୧୦୬ଜଣ ୨ୟ ଓ ୨୫ଜଣ ୩ୟ ଶ୍ରେଣୀରେ ଉତୀନ୍ନ ହୋଇଛନ୍ତି । କଲେଜର ପାସହାର ୯୫ପ୍ରତିଶତ ଥିବା ଜଣାପଡିଛି । ଏହି କଲେଜର ଛାତ୍ର ରଂଜନ କୁମାର ଦାସ ସର୍ବାଧିକ ୫୧୩ନମ୍ବର ନମ୍ବର ରଖି କଲେଜରେ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ସତ୍ୟଜିତ ମହାପାତ୍ର ୫୦୧ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
ଏତତ୍ବ୍ୟତୀତ ୩୬ଜଣ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଊର୍ଦ୍ଧ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଏହାକୁ ଭଦ୍ରକ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି । କଲେଜର ସୁପରିଚାଳନା, ସଂଗଠିତ ଅଧ୍ୟୟନ ପଦ୍ଧତି ଓ ସ୍ୱାସ୍ଥକର ଖାଦ୍ୟ ପରିବେଶ ଏହି ଅଞ୍ଚଳର ଭଲ ଭଲ ଛାତ୍ରମାନଙ୍କୁ ଅଧ୍ୟୟନ ପାଇଁ ଆକୃଷ୍ଟ କରିଅଛି । ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ଓ ଜୀବନାନନ୍ଦ ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନରେ ସଂପୂର୍ଣ୍ଣ ଧ୍ୟାନ ଦେଇଥିବାରୁ ଆଜି ଭଦ୍ରକ ଜିଲ୍ଲାରେ ଆବାସିକ କଲେଜ ମଧ୍ୟରୁ ଭଦ୍ରକରେ ୧ନଂ. ଆବାସିକ କଲେଜ ଭାବେ ସ୍ଥାନ ପାଇଛନ୍ତି । ଏଥିପାଇଁ ଉଭୟ ନିର୍ଦ୍ଦେଶକ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଏହି କଲେଜ ଅଭିଭାବକ ମାନଙ୍କର ସଂପୂର୍ଣ୍ଣ ଆଶାକୁ ପୂରଣ କରିବାପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ଏହି ବର୍ଷଠାରୁ ଉକ୍ତ କଲେଜ ନିଜର ନିଜସ୍ୱ କ୍ୟାମ୍ପସରେ ଶିକ୍ଷା ପ୍ରଦାନ କରୁଅଛି ଯାହାକି ଅନ୍ୟ ଆବାସିକ କଲେଜ ଠାରୁ ସଂପୂର୍ଣ୍ଣ ଐକିକ ଅଟେ ।
