Odisha news

ଭିଜିଲାନ୍ସ ହାତରେ ଜିଲ୍ଳା ସର୍ବଶିକ୍ଷା ଅଭିଯାନର ଟେକ୍ନିକାଲ କନସଲଟାଣ୍ଟ : ୪୫ଲକ୍ଷ ଟଙ୍କାର ୩ ମହଲା କୋଠା, ୪ଟି ୪ଚକିଆ ଯାନ ଓ ୮ଟି ମୂଲ୍ୟବାନ ପ୍ଲଟ ଜବତ

0

ଭଦ୍ରକ :ଆୟ ବହିର୍ଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭଦ୍ରକ ସର୍ବ ଶିକ୍ଷା ଅଭିଯାନ ଅଫିସ୍‍ର ଟେକ୍ନିକାଲ କନସଲଟାଣ୍ଟ(ବୈଷୟିକ ପରାମର୍ଶଦାତା ) ବୈଲୋଚନ ପୁହାଣଙ୍କ ନିଜ ଘର ଓ ଅଫିସ ସମତେ ୫ ଗୋଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ କାଳୀନ ଚଢାଉ କରାଯାଇଛି । ବାଲେଶ୍ୱର ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ପୁହାଣଙ୍କ ବାଗୁରାଇ ସ୍ଥିତ ଜିଲ୍ଳା ସର୍ବ ଶିକ୍ଷା ଅଭିଯାନ କାର୍ଯ୍ୟାଳୟ, ସହରାଞ୍ଚଳର ବନ୍ତଛକ ଆଚାର୍ଯ୍ୟନଗର ସ୍ଥିତ ବାସଭବନ, ଭଦ୍ରକ ବ୍ଲକ ସ୍ଥିତ ବଣିଆ ଗ୍ରାମ ସ୍ଥିତ ପୈତୃକ ଘର, ବନ୍ତ ବ୍ଲକ ଟିଲୋ ଓ ମଧୁବନ ଗାଁରେ ଥିବା ତାଙ୍କ ସମ୍ପର୍କୀୟ ଓ ଶାଳକଙ୍କ ଘରେ ଚଢଉ କରାଯାଇଥିଲା ।

ପ୍ରକାଶ, ଯେ: ଭଦ୍ରକ ସର୍ବଶିକ୍ଷା ଅଭିଯାନରେ ଟେକ୍ନିକାଲ ଆସିଷ୍ଟାଣ୍ଡଭାବେ କାର୍ଯ୍ୟରତ ପୁହାଣ ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ସ୍କାନରରେ ଥିଲେ । ତାଙ୍କ ସମ୍ପତ୍ତି ତାଲିକା  ଭଦ୍ରକ ସହର ବନ୍ତଛକରେ ଏକ ତିନିମହଲା ପ୍ରାସାଦ(କୋଠା, ଯାହାର ମୂଲ୍ୟ ୪୫ଲକ୍ଷ ଟଙ୍କା), ଭଦ୍ରକ ଓ ବନ୍ତ ଅଞ୍ଚଳରେ ୮ଟି ମୂଲ୍ୟବାନପ୍ଲଟ(ଯାହାର ମୂଲ୍ୟ୧୭ଲକ୍ଷ ଟଙ୍କା), ତାଙ୍କର ୪ଟି ୪ଚକିଆ ଓ ୨ଟି ୨ଚକିଆଯାନ(୩୫ଲକ୍ଷ ଟଙ୍କା) ସହ ବଣିଆ ଗାଁରେ ତାଙ୍କ ନାମରେ ଏକ ପୋଖରୀ(ଯାହାର ମୂଲ୍ୟ ୧.୭୦ଲକ୍ଷ ଟଙ୍କା)ବୋଲି ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।

ଏବାଦ ପୁହାଣଙ୍କର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୦ଲକ୍ଷ ୧ହଜାର ଟଙ୍କା, ବିଭିନ୍ନ ବୀମା ପଲିସିରେ ୪.୮୭ଲକ୍ଷ ଟଙ୍କା, ସୁନା ଅଳଙ୍କାର ୭୫ହଜାର ଟଙ୍କା, ନଗଦ ଟଙ୍କା ୪୫ହଜାର ୭୪୦ଟଙ୍କା ସମେତ ଘରୋଇ ଆସବାବପତ୍ରର ମୂଲ୍ୟ ସାଢେ ୮ଲକ୍ଷ ଟଙ୍କା ବୋଲି ଜଣାଯାଇଛି । ଭିଜିଲାନ୍ସ ବିଭାଗ ଚଢାଉରେ ପୁହାଣଙ୍କ ନାମରେ ୧କୋଟି ୨୨ଲକ୍ଷ ୮୨ହଜାର ୧୬୦ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଥିବା ଜଣାଯାଇଛି । ତାଙ୍କ ମାଲିକାନାରେ ଥିବା ୪ଚକିଆ ଗାଡି ଗୁଡିକୁ ପ୍ରଶାସନିକ ଅଧିକାରୀମାନେ ଭଡାରେ ଚଲାଉଥିବା ଜଣାଯାଇଛି ।

Leave A Reply