ଆଜି ଚିହ୍ନଟ ହେଲେ ୪୦ : ଭଦ୍ରକ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧୬ , ସ୍ଥାନୀୟ ସଂକ୍ରମଣ ଥମୁନି, ୧୯ଦିନରେ ୨୪୫ଟି ପିଜିଟିଭ୍
ଭଦ୍ରକ,୦୪ା୦୮(ଉମାକଲ୍ୟାଣ ମହାପାତ୍ ):ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ଶହ ଟପିଛି । ଆଜି ୪୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂଖ୍ୟା ୭୧୭ରେ ପହଞ୍ଚିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ଏବେ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବା ଲୋକାଲ କଣ୍ଟାକଫ ଥମିବାର ନା ନେଉନି । ଗତ ୧୯ଦିନ ମଧ୍ୟରେ ୧୪୫ଟି ସ୍ଥାନୀୟ ସଂକ୍ରମଣ କେଶ ବାହାରିଛି । ଜିଲ୍ଲାରୁ ୨୦ ହଜାର ୧୮ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ଅନ୍ୟପକ୍ଷରେ ଏହି ୭୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୫୮୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଆକଫିଭ କେଶ୍ ଭାବେ ୧୨୬ଜଣ ଚିିକିତ୍ସିତ ହେଉଛନ୍ତି । ଯେଉଁ ନୂଆ ୪୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୫ଜଣ ବାକି ୨୫ ଲୋକାଲ କଣ୍ଟାକଫ । ଆକ୍ରାନ୍ତମାନଙ୍କ ମଧ୍ୟରେ ଜଣେ ତିହିଡି ଗୁଆମାଳ ଗାଁର ବ୍ୟକ୍ତି ଯିଏ ଏସ୍ସିବି ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ପଜିଟିଭ୍ ଚିିହ୍ନଟ ହୋଇଛନ୍ତି ।
୨ଜଣ ଧାମନଗର ଏନ୍ଏସିର, ଜଣେ ବାସୁଦେବପୁର ପୌରପାଳିକାରୁ ମଧ୍ୟ ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାବେ ଭଦ୍ରକ ବ୍ଲକରୁ ବ୍ରହ୍ମପୁର ପଞ୍ଚାୟତର ବରାଙ୍ଗ ଗାଁରୁ ଜଣେ, ଭଦ୍ରକ ପୌରପାଳିକା ବାଙ୍କାମହଲା ଗାଁରୁ ଜଣେ, ୨୫ ନଂ ଓ୍ୱାର୍ଡ ସଙ୍ଗତ ଗ୍ରାମରୁ ଜଣେ, ସାଓ୍ୱନବଜାର ପୁଲିସ ଲାଇନ୍ରୁ ୨ଜଣ, ୧୩ ନଂ ଓ୍ୱାର୍ଡ ଅପର୍ତ୍ତିବିନ୍ଧା ନିଉକଲେନୀରୁ ଜଣେ, ୧୮ ନଂ ଓ୍ୱାର୍ଡ ପାଟଣାସାହିରୁ ଜଣେ, ୨୦ ନଂ ଓ୍ୱାର୍ଡ ବଡଶଙ୍କରପୁର ଗାଁରୁ ଜଣେ, ୪ ନଂ ଓ୍ୱାର୍ଡ ଚରମ୍ପା ଡଗରାସାହି ଗାଁରୁ ଜଣେ, ୧୫ ନଂ ଓ୍ୱାର୍ଡ କୁଆଁସ ଗାଁରୁ ଜଣେ, ବନ୍ତ ବ୍ଲକ କେନ୍ଦୁଆପଦା ପଞ୍ଚାୟତ ଆମ୍ପୋର ଗ୍ରାମରୁ ୨ଜଣ ଓ ମୁଗଗଡିଆ ଗାଁରୁ ଜଣେ, ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଆକୁଲିକଣା ଗାଁରୁ ଜଣେ, ବିଷ୍ଣୁପୁର ପଞ୍ଚାୟତ ବିଷ୍ଣୁପୁର ଗାଁରୁ ଜଣେ, ଜଳମଣ୍ଡୁଆ ପଞ୍ଚାୟତ ଜଳମଣ୍ଡୁଆ ଗାଁରୁ ଜଣେ, ବାସୁଦେବପୁର ବ୍ଲକ ନୂଆଗାଁ ଗାଁରୁ ଜଣେ, ଆର୍ତ୍ତୁଂ ପଞ୍ଚାୟତ ଆର୍ତ୍ତୁଂ ଗାଁରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଜଣେ ମୟୁରଭଂଜ ଜିଲ୍ଲାର ଆକ୍ରାନ୍ତ ଭଦ୍ରକରୁ ମଧ୍ୟ ହ୍ନଟ ହୋଇଛନ୍ତି ।
ଏମାନଙ୍କ ବ୍ୟତୀତ ଭଦ୍ରକ ବ୍ଲକ ଓକରା ହାଇସ୍କୁଲ ଟିଏମ୍ସିରୁ ୩ଜଣ, ବରପଦା କେକେଆର୍ କଲେଜ ଟିଏମ୍ସିରୁ ୨ଜଣ, ଜଳଙ୍ଗା ହାଇସ୍କୁଲ ଟିଏମ୍ସିରୁ ୩ଜଣ, ବନ୍ତ ବ୍ଳକ କାଦବରାଙ୍ଗ ହାଇସ୍କୁଲ ଟିଏମ୍ସିରୁ ୨ଜଣ, ବାସୁଦେବପୁର ବ୍ଲକ ଚିତ୍ରିଆ ଟିଏମ୍ସିରୁ ୩ଜଣ, ବ୍ରାହ୍ମଣୀଗାଁରୁ ମହାରାଷ୍ଟ ଫେରନ୍ତା ଜଣେ, ଚାନ୍ଦବାଲି ବ୍ଲକ ଯଶିପୁର ସ୍କୁଲ ଟିଏମ୍ସିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚିିହ୍ନଟ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ କରାଯିବା ସହିତ ସେହିସବୁ ଅଞ୍ଚଳରେ କଣ୍ଟାକଫ ଟ୍ରେସିଂ କରାଯାଉଛି । କେତେକ ଅଞ୍ଚଳରେ ଜିଲ୍ଳା ଅଗ୍ନିଶମ ବିଭାଗ ଦ୍ୱାରା ସାନିଟାଇଜେସନ କାର୍ଯ୍ୟ ଜାରି ରହିଥିବା ଜଣାଯାଇଛି ।