Odisha news

ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା କରୋନା ପରୀକ୍ଷା କେନ୍ଦ୍ର : ପ୍ରଥମ ଦିନରେ ୧୭ ଜଣଙ୍କ ସ୍ୱାବ ପରୀକ୍ଷା , ୨ ପୋଜିଟିଭ

0

ବେତନଟୀ : ଆଜି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ପରୀକ୍ଷାକେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଡାକ୍ତର ସିପୁନ ପଣ୍ଡାଙ୍କ ଅନୁପସ୍ଥିତି ହେତୁ ଭାରପ୍ରାପ୍ତ ଡାକ୍ତର ଭାବେ ଦାୟୀତ୍ୱରେ ଥିବା ଭେଷଜ ବିଶେଷଜ୍ଞ ଡାକ୍ତର ବିବେକାନନ୍ଦ ଜେନା ଆନୁଷ୍ଠାନିକ ଭାବେ ଏହି କେନ୍ଦ୍ରକୁ ଉଦଘାଟନ କରି ଥିଲେ ।

ଏହି କାର୍ଯ୍ୟକ୍ରମ ବେଳେ ଡା. ପଳାସକାନ୍ତି ଗିରି, ବିଏଏମ ଶକ୍ତିରଞ୍ଜନ ମହାନ୍ତି, କୋଭିଡ ଏଲଟି ଶୁଭସ୍ମିତା ନାଏକ, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମହେନ୍ଦ୍ର ନାରାୟଣ ପଣ୍ଡା, ମହିଳା ସ୍ୱାସ୍ଥ୍ୟ କର୍ମୀ ଲକ୍ଷ୍ମୀ ମହାନ୍ତ, ଡିଇଓ ଆଲୋକ କୁମାର ମିଶ୍ର, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରି ଥିଲେ ।

ତେବେ ଏହି ପରୀକ୍ଷା କେନ୍ଦ୍ର ଖୋଲିବା ପରେ ଲୋକ ମାନେ ଆପଣାଛାଏଁ ନିଜର ସ୍ୱାବ ପରୀକ୍ଷା ପାଇଁ ଊତ୍ସକତା  ଦେଖାଉ ଥିବାର ଦେଖା ଯାଇଛି । ଆଜି ପ୍ରଥମ ଦିନରେ ମୋଟ ୧୭ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରା ଯାଇ ଥିଲା । ସେଥି ମଧ୍ୟରୁ ଗୋଟିଏ ଦମ୍ପତ୍ତି କରୋନା ପଜିଟିଭ ଚିହ୍ନିତ ହେବା ପରେ ସେମାନଙ୍କୁ ବାରିପଦା କୋଭିଡ ଡାକ୍ତରଖାନାକୁ ଚିକିତ୍ସପାଇଁ ପଠାଇ ଦିଆ ଯାଇଛି । ଜୁଲାଇ ୩୧ରୁ ବନ୍ଦ ହୋଇଗଲା ଓଏସଟିଏଫ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡକୁ ଗ୍ରହଣ କରୁ ନାହାଁନ୍ତି ଡାକ୍ତରଖାନା

Nalco
Leave A Reply