ବେତନଟୀ : ବେତନଟୀ ଥାନା ଅଧୀନ ଦହିକୋଟୀ ଗ୍ରାମରେ ବୁଧବାର ଅପରାହ୍ନ ସମୟରେ ଘଟିଯାଇଥିବା ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୃତା ମହିଳାଙ୍କ ହତ୍ୟାକାରୀ ପୁତୁରାକୁ ଗୁରୁବାର କୋର୍ଟଚାଲାଣ କରିଛି ବେତନଟୀ ପୁଲିସ । ଗିରଫ ଅଭିଯୁକ୍ତ ଜଣକ ହେଉଛି ସେହି ଦହିକୋଟୀ ଗ୍ରାମର ସ୍ବର୍ଗତ ପଙ୍କଜ କୁମାର ମିଶ୍ରଙ୍କ ପୁଅ କାନ୍ଦୁରୁ ଓରଫ ତନ୍ମୟ କୁମାର ମାର ମିଶ୍ର । ଗ୍ରାମର ସ୍ବର୍ଗତ ମାୟାଧର ମିଶ୍ରଙ୍କ ଝିଅ ଚାରୁଲତା ମିଶ୍ର (୬୩)ଙ୍କୁ ମାତ୍ର କେତେ ଶହ ଟଙ୍କା ପାଇଁ ଅଭିଯୁକ୍ତ ପୁତୁରା କାନ୍ଦୁରୁ ଓରଫ ତନ୍ମୟ ଏକ ଧାରୁଆ ଛୁରୀରେ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟାକରି ହତ୍ୟାକାଣ୍ଡରେ ବ୍ୟବହୃତ ଧାରୁଆ ଛୁରୀକୁ ଘରପାଖ ଗଭୀର କୂଅରେ ଫିଙ୍ଗି ଦେଇଥିଲା । ତେବେ ଏହି ନାରକୀୟ ହତ୍ୟାକାଣ୍ଡକୁ ନେଇ ମୃତା ମହିଳାଙ୍କ ଭାଇ ବ୍ରଜରାଜ ମିଶ୍ରଙ୍କ ଏତଲାମୂଳେ ୨୬୩ ନମ୍ବରରେ ଏକ ହତ୍ୟାକାଣ୍ଡ ଜନିତ ନିତ ମାମଲା ରୁଜୁକରି ପୁଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ତଦନ୍ତକୁ ବ୍ୟାପକ କରିଥିଲା । ବୁଧବାର ଅଭିଯୁକ୍ତକୁ ଗିରଫ କରାଯାଇ ଗୁରୁବାର ସ୍ବାସ୍ଥ୍ୟ ପରୀକ୍ଷା ପରେ ବେତନଟୀ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ପରେ ହତ୍ୟାକାରୀ ତନ୍ମୟ ଓରଫ କାନ୍ଦୁରୁକୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏପଟେ ହତ୍ୟାକାଣ୍ଡରେ ରେ ବ୍ୟବହୃତ ଧାରୁଆ ଛୁରୀକୁ ହତ୍ୟାକାରୀ ଘରପାଖ ଗଭୀର କୂଅ ଭିତରକୁ ଫିଙ୍ଗି ଦେଇଥିବା ବେଳେ ଛୁରୀକୁ କୂଅ ଭିତରୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସହାୟତା ନେଇଥିଲା ବେତନଟୀ ପୁଲିସ । ତେବେ ଗଭୀର କୂଅରୁ ପାଣି ଶୁଖାଇବା ସମ୍ଭବପର ନ ହେବାରୁ ୪ଟି ବଡବଡ ଚୁମ୍ବକ ସାହାଯ୍ୟରେ ବହୁ ଚେଷ୍ଟାପରେ ଗୁରୁବାର ମଧ୍ୟାହ୍ନରେ ରେ କୂଅଭିତରୁ କୂଅଭିତରୁ ଉଦ୍ଧାରକରି ଧାରୁଆ ଛୁରୀକୁ ବେତନଟୀ ପୁଲିସ ଜବତ କରିଛି ।