Odisha news

ଚାଉଳ ଦୁର୍ନୀତି ର ବାରମ୍ବାର ଅଭିଯୋଗ ପରେ ସ୍ଥିତି ସମୀକ୍ଷା କଲେ ଖାଉଟି ଯୋଗାଣ କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର 

0
 ବେତନଟୀ :  ରାସନ କାର୍ଡଧାରୀ ଉପଭୋକ୍ତା ଏବଂ ମଧ୍ୟାହ୍ନ ଭୋଜନ ପାଇଁ ବିଦ୍ୟାଳୟ କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ଚାଉଳ ର ମୟୂରଭଞ୍ଜ ଜିଲ୍ଲା ତଥା ବେତନଟୀ ବ୍ଳକରେ ଏହାର ଦୁର୍ନୀତି ହୋଇଥିବାର ବାରମ୍ଵାର ଅଭିଯୋଗ ହୋଇଆସୁଥିଲା l ଏ ନେଇ ବଡ଼ସାହି ନିର୍ବାଚନ ମଣ୍ଡଳୀରେ ଲୋକପ୍ରିୟ ବିଧାୟକ ସନାତନ ବିଜୁଳି ଚଳିତ ବିଧାନସଭାରେ ଏହି ଦୁର୍ନୀତି ବିଷୟରେ ସ୍ଵର ଉଠାଇବା ସହ ଏହାର ସଠିକ ଭାବେ ତଦନ୍ତ କରାଯିବା ନେଇ ଦାବି କରିଥିଲେ । ତଦନ୍ତ ହେଲେ ଚାଉଳ ପ୍ରଦାନକାରୀ ଠିକାଦାର ଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀଙ୍କ ସମେତ ପୂର୍ବ ସରକାରର ଅନେକ ନେତା ମଧ୍ୟ ଏଥିରେ ଜଡିତ ଥିବା ସହ ଏହି ଦୁର୍ନୀତି ଚେର ର ପ୍ରକୃତ ପର୍ଦ୍ଦାଫାସ ହୋଇ ପାରିବ ବୋଲି ବିଧାନସଭାରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଶ୍ରୀ ବିଜୁଳି । ମୟୂରଭଞ୍ଜ ଗସ୍ତରେ ଆସିଥିବା ଓଡ଼ିଶା ସରକାରଙ୍କ ଖାଉଟି କଲ୍ୟାଣ ଓ ଯୋଗାଣ ବିଭାଗମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ବିଧାୟକ ସନାତନ ବିଜୁଳି ବେତନଟୀ ବ୍ଳକ କାର୍ଯ୍ୟାଳୟ ପରିସରସ୍ଥ ଚାଉଳ ଗୋଦାମ ପରିଦର୍ଶନ କରି ମଧ୍ୟାହ୍ନଭୋଜନ ପାଇଁ ଯାଉଥିବା ଚାଉଳବୁରା ଗୁଡିକର ଓଜନ କରିବା ସହିତ ସ୍ଥିତି ସମୀକ୍ଷା କରିଥିଲେ l  ପ୍ରତି ବୁରାରେ ଓଜନ କମ ଥିବା ଦେଖି ସେ ବିଭାଗୀୟ ଅଧିକାରୀଙ୍କୁ ତାଗିଦ କରିବା ସହ ଏହି ଘଟଣାର ପୁନରାବୃତ୍ତି ନ କରିବା କୁ କହିଥିଲେ । ଏହା ପରେ ୧୮ ନଂ ଜାତୀୟ ରାଜପଥ ପାର୍ଶ୍ଵସ୍ଥ ଖଇରିବଣି ଆଶ୍ରମ ବିଦ୍ୟାଳୟରେ ମନ୍ତ୍ରୀଙ୍କ ସମେତ ବିଧାୟକ ମଧ୍ୟ ପହଞ୍ଚି ସମସ୍ତ ଅଧିକାରୀଙ୍କ ସମ୍ମୁଖରେ ବିଦ୍ୟାଳୟରେ ପିଲାଙ୍କ ପାଇଁ ଗଚ୍ଛିତ ଥିବା ମଧ୍ୟାହ୍ନ ଭୋଜନ ଚାଉଳ କୁ ଓଜନ କଣ୍ଟା ସାହାଯ୍ୟରେ ଓଜନ କରିବା ପରେ ସମସ୍ତ ବୁରାରେ ମଧ୍ୟ ଚାଉଳ କମଥିବାରୁ ଓଜନ କମ ଆସିଥିଲା । ଏହା ଦେଖି ବିଭାଗୀୟ ଅଧିକାରୀଙ୍କୁ ବିରକ୍ତ ଭାବ ପ୍ରକାଶ କରିବା ସହ ଜିଲ୍ଲାରେ ହୋଇଥିବା  ଚାଉଳ ଯୋଗାଣ ଦୁର୍ନୀତିର ତଦନ୍ତ ପୂର୍ବକ ସମ୍ପୃକ୍ତ ଥିବା ସବୁ ଅଧିକାରୀ ଓ ଯୋଗାଣ ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ମନ୍ତ୍ରୀ ପ୍ରକାଶ କରିଥିଲେ  । ଏହି ଅବସରରେ ବଡସାହି ବିଧାୟକ ସନାତନ ବିଜୁଳି , ବାରିପଦା ବିଧାୟକ ପ୍ରକାଶ ସରେନ,  ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ, ବିଡିଓ ଗୋପୀନାଥ ଖାଖା, ଓଜନ ଓ ମାପ ବିଭାଗର ଅଧିକାରୀ, ବ୍ଳକଶିକ୍ଷା ଅଧିକାରୀ ବିପ୍ଲବ କର, ଅତିରିକ୍ତ ବ୍ଳକ ଶିକ୍ଷାଅଧୂକାରୀ ରମାକାନ୍ତ ମହାନ୍ତ, ଏବିଇଓ ଗୋପାଳକୃଷ୍ଣ ସେନାପତି, ଏବିଡିଓ ଗଗନ ବିହାରୀ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୌମ୍ୟଶ୍ରୀ ଭୋଇ, ବ୍ଳକ ଯୋଗାଣ ଅଧିକାରିଣୀ ସସ୍ମିତା ସେଠୀ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ରହିଥିଲେ ।ଏହା ସହ ଓବିସିମୋର୍ଚ୍ଚା ଜିଲ୍ଲାସଭାପତି ବ୍ରଜମୋହନ ବେହେରା, ଯୁବମୋର୍ଚ୍ଚା ସଭାପତି ଶିଶିର କୁମାର ବେହେରା,ମଣ୍ଡଳ ସଭାପତି ରାଜକିଶୋର ଶାହା, ଜିଲ୍ଲା ଉପସଭାପତି ତଥା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ ପରିଡା, ରତିକାନ୍ତ ମହାନ୍ତ, ସର୍ବେଶ୍ୱର ନାୟକ, ଜଗବନ୍ଧୁ ପଣ୍ଡା, କୁନା ମହାନ୍ତ, ସୌମ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply