ବେତନଟୀ : ବୈଶିଙ୍ଗା ଥାନା ଠାରୁ ଶହେ ମିଟର ଦୂର ୧୮ ନଂ ଜାତୀୟ ରାଜପଥ ର ସାଇ ମନ୍ଦିର ନିକଟରେ ଏକ ଅଭାବନୀୟ ଘଟଣା କ୍ରମରେ ଗୋଟିଏ ଟ୍ରକ ଚାଳକ ଟ୍ରକ ରଖି ତଳକୁ ଓହ୍ଲାଇ ଥିବା ବେଳେ ଅନ୍ୟ ଗୋଟିଏ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଘଟଣାରୁ ପ୍ରକାଶ AP27-TX7695 ନମ୍ବର ବିଶିଷ୍ଟ ମାଲବାହୀ ଟ୍ରକ ର ଡ୍ରାଇଭର ରାମବାବୁ (୩୭) ଏକ ମିଲରୁ ଚାଉଳ ବୋଝେଇ କରିବା ପାଇଁ ବାଲେଶ୍ଵର ରୁ ବାରିପଦା ଅଭିମୁଖେ ଯାଉଥିଲା l ଟ୍ରକର ଖଲାସୀ ଶୋଇ ଯାଇଥିବା ବେଳେ ଟ୍ରକଟି ଓଭରବ୍ରିଜ ଅତିକ୍ରମ କରିସାରିବା ପରେ ସାଇମନ୍ଦିର ନିକଟରେ ଟ୍ରକଟିକୁ ଛିଡା କରି ପରିସ୍ରା କରିବାକୁ ଯାଇଥିଲେ l ଇତି ଅବସରରେ ଅନ୍ୟ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଥିବା ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକ ରାମ ବାବୁ ଙ୍କ ପିତାଙ୍କ ନାମ ଶ୍ରୀ ନିବାସ ରାଓ ଏବଂ ଘର ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରକାଶନ ଜିଲ୍ଲାର ଏସଏନ ପୁଡୁ ଥାନା ଅଧୀନ ଗୁମୁନ ପୁଡୁ ଗ୍ରାମର ବୋଲି ଜଣା ପଡିଛି l ଏନେଇ ବୈଶିଙ୍ଗା ଥାନାରେ ୧୫୯/୨୪ରେ ରୁଜ୍ଜୁ ହୋଇଥିବା ମାମଲା ମୂଳେ ମୃତକ ଚାଳକଙ୍କ ଟ୍ରକ କୁ ଜବତ କରିବା ସହ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।
