Odisha news

ବୁଢ଼ୀଖମାରୀ ଓ ସୁରେଇଡିହିରେ ହାତୀ ଉତ୍ପାତ : ବହୁ ଘର ଭାଙ୍ଗିଲେ , ଧାନ ଚାଉଳ ଖାଇ ଛାରଖାର

0

ବେତନଟୀ : ଗତକାଲି ରାତ୍ରୀରେ ବେତନଟୀ ଥାନା ଅଧୀନ ବୁଢ଼ୀଖମାରୀ ଓ ସୁରେଇଡିହି ପଞ୍ଚାୟତରେ ଶିମିଳିପାଳ ହାତୀ ଗୁଡିକ ବ୍ୟାପକ କ୍ଷୟକ୍ଷତି କରି ଥିବାର ଜଣା ପଡିଛି । ହାତୀ ଗୁଡିକ ବୁଢ଼ୀଖମାରୀ ଗ୍ରାମରେ ଇନ୍ଦ୍ର ପଲେଇ, ବୁଧୁରାମ ସିଂ, ଗାନ୍ଧୀ ମାଝୀ, ଥର୍ପ ସିଂ, ଲକ୍ଷ୍ମଣ ସିଂ ପ୍ରମୁଖଙ୍କ ଘର ଭାଙ୍ଗିବା ସହିତ ଧାନଚାଉଳ ଖାଇ ଯାଇ ଥିଲେ । ଦୁଇଟି ଦନ୍ତା, ଦୁଇଟି ଛୁଆ ହାତୀ ଓ ଚାରି ଗୋଟି ମାଈ ହାତୀ ମିଶି ଗୋଟିଏ ହାତୀ ପଲ ଜାତୀୟ ରାଜପଥର ଏପାଖ ସେପାଖ ବୁଲି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏହି ପଞ୍ଚାୟତ ଗୁଡିକ ଜଙ୍ଗଲରେ ଘେରା ହୋଇ ଥିବାରୁ ହାତୀ ଗୁଡିକ କେଉଁ ପାଖକୁ ବାହାରିବେ ତାହା ଆକଳନ କରିବା ମୁସ୍କିଲ ହେଉଛି । ସେହିପରି ହାତୀଙ୍କ ମଧ୍ୟରୁ ଦୁଇଟି ହାତୀ ସୁରେଇଡିହି ପଞ୍ଚାୟତର ଚାକୁଣ୍ଡାପଦାର ଫାତୁ ହାଁସଦାଙ୍କ ଘର ଭାଙ୍ଗି ଦେଇଛନ୍ତି ।

ଘର ଭାଙ୍ଗିବା ବେଳକୁ ଘରେ ପନôୀ ଫୁଲମଣୀ, ପୁତ୍ର ସଞ୍ଜୟ ଓ କନ୍ୟା ହେମାଙ୍ଗିନୀ ଥିଲେ । ସେମାନେ ଘରର ଭଙ୍ଗା କାନ୍ଥ ଦେଇ ହାତୀ ଭିତରକୁ ଶୁଣ୍ଢ ବଢ଼ାଇ ଧାନ ଚାଉଳ ଖାଇ ଥିଲା । ହେଲେ ଶଦ୍ଦ ପାଇ ପରିବାର ସଦସ୍ୟ ମାନେ ସତର୍କ ହୋଇ ଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଖବର ପାଇବା ପରେ ବନ କର୍ମଚାରୀ ମାନେ ପହଞ୍ଚି ହାତୀକୁ ଘଉଡାଇବା ବେଳକୁ ସେମାନେ ଘର ଭାଙ୍ଗି ଦେଉଛନ୍ତି । ହାତୀ ଗୁଡିକ ଚାଷ ଜମିରେ ପଶି ଗୋଡରେ ଚଳିଚକଟି ବ୍ୟାପକ ଧାନ ଫସଲ ମଧ୍ୟ ନଷ୍ଟ କରୁ ଥିବାର ଦେଖା ଯାଇଛି । ହାତୀ ଗୁଡିକୁ ଅଞ୍ଚଳରୁ ତୁରନ୍ତ ତଡି ଦେବାକୁ ଅଧ୍ୟାପକ ଦୀପ୍ତିପ୍ରକାଶ ମହାନ୍ତ, ଅଧ୍ୟାପକ ଶତ୍ରୁଘ୍ନ ମହାନ୍ତ, ପଦ୍ମଲୋଚନ ମହାନ୍ତ, ଗୋପାଲଚନ୍ଦ୍ର ମହାନ୍ତ, ଜଗନ୍ନାଥ ମହାନ୍ତ, ସୁରେଇଡିହି ଓ ବୁଢ଼ୀଖମାରୀ ପଞ୍ଚାୟତର ଲୋକ ମାନେ ଦାବି କରିଛନ୍ତି ।

Leave A Reply