Odisha news

ଭ୍ୟାନ ଦୁର୍ଘଟଣାଗ୍ରସ୍ତ : ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଏକାଧିକ ଆହତ

0

ବେତନଟୀ  : ବୁଧବାର ଅପରାହ୍ନରେ ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା-ରୁପ୍ସା ରାସ୍ତାର କଦଳିଆ ଛକ ନିକଟରେ ଯାତ୍ରା କଳାକାରଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଭ୍ୟାନରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି l ସୂଚନା ଅନୁଯାଇ ଜଳେଶ୍ୱର ଅଞ୍ଚଳର ‘ଚକଲେଟ ପରିବାର’ ନାମକ ଯାତ୍ରାନୁଷ୍ଠାନ ଗତକାଲି ରାତିରେ ମଛପଦାରେ ଯାତ୍ରା ସାରି ଆଜି ରାତିରେ ବାଲେଶ୍ୱର ଜିଲ୍ଲା ହଳଦୀପଦାରେ ଯାତ୍ରା କରିବାକୁ ନିଜ କଳାକାର ମାନଙ୍କୁ ନେଇ ଓଡି o୧ଏ ୬୨୧୮ ନଂ ବିଶିଷ୍ଟ ଏକ ଭ୍ୟାନରେ ଯାଉଥିବାବେଳେ କଦଳିଆ ଛକ ନିକଟରେ ଚାଳକକୁ ନିଦ ଲାଗିଯିବା କାରଣରୁ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା l ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଏକତ୍ରିତ ହୋଇ ଭ୍ୟାନକୁ ରାସ୍ତା ଉପରକୁ ଉଠାଇବା ସହିତ ସମସ୍ତ ଆହତଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିଲେ l ସେଠାରେ ଯାତ୍ରପାର୍ଟିର ହିରୋଇନ ଜଳେଶ୍ୱର ଅଞ୍ଚଳର ରୀନାରାଣୀ ନାଏକଙ୍କ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା l ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

Ad2
Leave A Reply