ବେତନଟୀ : ଟାଟାରୁ ଲୁହା ଚଦର ଗୋଲେଇ ପ୍ଲେଟ ବୋଝେଇ କରି ଏନଏଲ୦୧ଏ-୧୭୧୯ ନଂ ବିଶିଷ୍ଟ ଟ୍ରଲର ବାଲେଶ୍ୱର ପଟକୁ ଯାଉଥିବାବେଳେ ଆଜି ଭୋର ଭୋର ବଗଲପୁର ଛକ ନିକଟରେ ହଟାତ ଏକ ଲୁହଗୁଣ୍ଡ ବୋଝେଇ ଟ୍ରକକୁ ସାମ୍ନାରେ ଛିଡା ହୋଇଥିବାର ଦେଖିଥିଲା l ଉପାୟ ନପାଇ ଚାଳକ ହଟାତ ଜୋରରେ ବ୍ରେକ ମାରିଦେଇଥିଲା, ଫଳରେ ଟ୍ରଲର ଡାଲାରେ ବୋଝେଇ ହୋଇଥିବା ଲୁହାପ୍ଲେଟ ରୋଲ ଛିଣ୍ଡି ଯାଇଥିଲା ଏବଂ କେବିନ ପଟକୁ ଦ୍ରୁତ ଗତିରେ ମାଡ଼ିଯାଇଥିଲା l ଯୋଉଁଥିପାଇଁ ଟ୍ରଲରର କେବିନ ଡାଲା ଠାରୁ ଅଲଗା ହୋଇ ସମ୍ପୂର୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା l ସେହିପରି ଉକ୍ତ ଲୁହାପ୍ଲେଟ ରୋଲ ଆଗକୁ ମାଡ଼ିଯାଇ ସାମ୍ନାରେ ଛିଡା ହୋଇଥିବା ଟ୍ରକକୁ କୁ ଶକ୍ତ ଧକ୍କା ଦେଇଥିଲା ଓ ଟ୍ରକର ତେଲଟାଙ୍କି ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଥିଲା l ସ୍ଥାନୀୟ ଲୋକ ଆସି ଘଟଣାସ୍ଥଳରେ ପହଞ୍ଚି କେବିନ ଭିତରେ ଫସିଥିବା ଚାଳକ ଓ ହେଲପରକୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରଲରକୁ ରାସ୍ତାରୁ ଅପସାରଣ କରିବା ସହିତ ଯାତାୟତକୁ ସ୍ୱାଭାବିକ କରାଇଥିଲେ l
