ବିଜୁଳି ର ଲୁଚକାଳି ଖେଳ ଗ୍ରାହକ ଙ୍କୁ ହେଉଛି କାଳ ,ଟାଟା ପାୱାର ବିତରଣ ଦାୟିତ୍ଵ ନେବାପରେ ବିଜୁଳି ଯନ୍ତ୍ରଣା ବଢିଚାଲିଛି
ବେତନଟୀ : ଜନସାଧାରଣଙ୍କ ଜନ ଜୀବନରେ ବିଜୁଳି ଶକ୍ତିର ଆବଶ୍ୟକତା ଏତେ ପରିମାଣରେ ବଢିଯାଇଛି ଯେ ଗୋଟିଏ ମୂହୁର୍ତ୍ତ ବିଜୁଳିକାଟ୍ ହେଲେ ଦିନ ବେଳେ ବି ଲୋକଙ୍କୁ ଅନ୍ଧାର ଦିଶୁଛି। କାରଣ ମୋବାଇଲ, ଟିଭି, କମ୍ପୁଟର, ୱ।ସିଂ ମେସିନ, ଇଣ୍ଡକସନ୍, ଆଇରନ୍ ଏପରିକି ବିଦ୍ୟୁତ୍ ବାଇକ୍ ଆଦି ଘରେ ଘରେ ବ୍ୟବହାର ହେଉଥିବାରୁ ବିଜୁଳିର ଅଭାବ ପରିଲକ୍ଷିତ ହେଉଛି। ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପରେ ଲୋକେ ଡହଳ ବିକଳେ ହେଉଥିବା ବେଳେ ବିଦ୍ୟୁତ୍ ବିଭାଗର ଘନ ଘନ ବିଜୁଳି କାଟ ଲୋକଙ୍କୁ ଅତିଷ୍ଠ କରି ସାରିଲାଣି | ବେତନଟୀ ବିଦ୍ୟୁତ୍ ଉପଖଣ୍ଡ ଅଧିନରେ ମାଣତ୍ରୀ, ବୈଶିଙ୍ଗା , ଅଁଳା,ବରକନ୍ଦ, ବେତନଟୀ ଆଦି ସେକ୍ସନ ର ଲକ୍ଷ ଲକ୍ଷ ଉପଭୋକ୍ତା ବର୍ତ୍ତମାନ ଏହି ବିଭାଗ ଉପରେ ଅସୂୟା ଭାବ ଆଣି ସାରିଲେଣି। ପୂର୍ବରୁ ଉତ୍ତର ଓଡିଶା ପାଇଁ ନେସ୍କୋ ବିତରଣ ଦାୟିତ୍ୱ ନେଇଥିବା ବେଳେ ଯେଉଁ ସୁବିଧା ମିଳୁଥିଲା ସେହି ସୁବିଧା ଟାଟା ପାୱାର ନେବା ଠାରୁ ଉପଲବ୍ଧ ହୋଇ ପାରୁନାହିଁ। ଏଠାରେ ଆକାଶରେ ମେଘ ଉଇଁଲେ ବିଜୁଳି କାଟ ହୋଇ ଯାଏ। ଝଡ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଜୁଳିର ଦେଖା ମିଲେନି। ପ୍ରତି ମାସରେ ମେଣ୍ଟିନାନ୍ସ ପାଇଁ ୪ଦିନ ନିର୍ଦ୍ଦିଷ୍ଠ କିଛି ସମୟ ବିଜୁଳି କାଟ କରାଯାଉଥିଲା .ବେଳେ ଠିକ୍ ସମୟରେ ଚାର୍ଜ କରାଯାଉନାଙ୍ଗରୁ ଅସନ୍ତୋଷ ବଢିଚାଲିଛି। ପୂର୍ବରୁ କର୍ମଚାରୀ ସଂଖ୍ୟା କମ୍ ଥିବାରୁ ବିଜୁଳି ସରବରାହ ରେ ବାଧା ସୃଷ୍ଟି ହେଉଥିଲା ସତ ମାତ୍ର ଟାଟା ପାୱାର ଦାୟିତ୍ଵ ନେବା ଠାରୁ ପ୍ରତି ସେକ୍ସନ କୁ ୧୫ / ୨୦ ଅଧିକ କର୍ମଚାରୀ ନିଯୁକ୍ତି ମିଳିଥିଲେ ମଧ୍ୟ କଣ ପାଇଁ ନିରବଚ୍ଛିନ୍ନ ଭାବ ବିଜୁଳି ମିଳି ପାରୁନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତିି। ଦିନ ବେଳେ ଅଧିକାଂଶ ସମୟରେ ମୋବାଇଲ କୁ ମେସେଜ୍ ଆସିଯିବ ଆଜ୍ଞା ୩୨/୩୬/୪୩ମିନିଟ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ଯାନ୍ତ୍ରୀକ ତୃଟି ପାଇଁ। ମାତ୍ର ବିଲ୍ ପଇଠ ରେ ବିଳମ୍ବ ହେଲେ ସଙ୍ଗେ ସଙ୍ଗେ ଡିସକନେକସନ୍ କରିଦିଆ ଯାଉଛି। ଉପଭୋକ୍ତା ଙ୍କ ବିଜୁଳି ବ୍ୟବହାର କୁ ସଠିକ୍ ଯାଞ୍ଚ ନ କରିବା, କେତେ କିଲୋୱଟ ର କ୍ଷମତା କେଉଁ ଉପଭୋକ୍ତାଙ୍କର ଆବଶ୍ୟକତା ତାହାକୁ ସଠିକ୍ ନିରୁପଣ ନ କରି ତାଙ୍କୁ ଜୋରିମାନା କରିବା ଆଦି ଘଟଣା ଅସହ୍ୟ ହୋଇ ପତିଛି। ଉଚ୍ଚ କର୍ତ୍ତ୍ରୁପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି।
