ବେତନଟୀ : ସୋମବାର ଓଡ଼ିଶାର ବିଭିନ୍ନ ସ୍ଥାନରେ ବେତନଟୀ ସମେତ ମୋଟ ୨୧ଗୋଟି ରେଳ ଷ୍ଟେସନକୁ ପୁନଃ ନବୀକରଣ ଓ ନୂତନ ନିର୍ମାଣର ଭିତ୍ତିଭୂମିସ୍ଥାପନ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଭାସି ମାଧ୍ୟମରେ ମୋଟ ୫୫୪ ଟି ଅମୃତ ଭାରତ ଷ୍ଟେସନ ର ଶୁଭ ଦେଇଥିଲେ। ପ୍ରଧାନମନ୍ତ୍ରୀ ବେତନଟୀରେ ଦଶ କୋଟି ଟଙ୍କାରେ ସଂପ୍ରତି ନିର୍ମାଣ ହେବାକୁ ଥିବା ଅମୃତ ଭାରତ ଷ୍ଟେସନର ନୂତନ ଗୃହର ଶୁଭ ଆଭାସି ଜରିଆରେ କରିଥିଲେ। ଏଥିସହ ଦେଶବ୍ୟାପୀ ୧୫୦୦ ଗୋଟି ଅଣ୍ଡରପାସ ଓ ଓଭରବ୍ରିଜର ନିର୍ମାଣ ନିମନ୍ତେ ମଧ୍ୟ ଅଭାସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ଅଭାସି ଦ୍ୱାରା ଶୁଭ ଦେଇଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ପ୍ରାରମ୍ଭରେ ସମସ୍ତ ସୂଚନା ସହ ପୂର୍ବାପେକ୍ଷା ଏଣିକି ରେଳ ବଜେଟ୍ ରେ ଅଧିକ ଅର୍ଥ ଦିଆଯାଉଥିବା ଓ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଥିବାର ଉଲ୍ଲେଖ କରିଥିଲେ।ମଞ୍ଚରେ ବଡସାହି ବିଧାୟକ ସନାତନ ବିଜୁଳି, ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ପ୍ରଦୀପ କୁମାର ପରିଡା ବେତନଟୀ ବିଜେପି ମଣ୍ଡଳ ସଭାପତି ରାଜକିଶୋର ସାହା ଙ୍କ ସମେତ ରେଳ ବିଭାଗ ର ବରିଷ୍ଠ ଅଧିକାରୀ ଏ କେ ଶଙ୍କର ପ୍ରମୁଖ ଯୋଗଦାନ କରିବା ସହ ବେତନଟୀରେ ରେଳ ବିକାଶ ସମ୍ବନ୍ଧିତ ବ୍ୟକ୍ତବ୍ୟ ରଖିଥିଲେ । ମଣ୍ଡଳ ସଭାପତି ଶ୍ରୀ ଶାହା ନିଜ ବକ୍ତବ୍ୟରେ ୧୯0୫ ମସିହାରୁ ୨0୧୬ ମସିହା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ଚଳା ଚଳ କରୁଥିବା ରାସ୍ତା କୁ ରେଳ ବିଭାଗ ବନ୍ଦ କରିଦେଇ ଥିବାବେଳେ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି କିପରି ଆର ପାରି କୁ ଯିବା ନିମନ୍ତେ ଗଳା ପୋଲ ବ୍ୟବସ୍ଥା କଲେ ସେ ସମ୍ପର୍କ ରେ ବକ୍ତବ୍ୟ ରଖିଥିଲେ | ପୂର୍ବରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ, ଗଳ୍ପ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ବ ହାସଲକାରୀ ଛାତ୍ରଛାତ୍ରୀଙ୍କୁ ସଭାମଞ୍ଚରେ ଅତିଥି ଗଣ ସାର୍ଟିଫିକେଟ ଓ଼ ମୋମେଣ୍ଟ ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା । ବେତନଟୀ ଷ୍ଟେସନ ମାଷ୍ଟର ମେଘରାୟ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ ।
