ବେତନଟୀ : ବେତନଟୀ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି l ଜେଇ ପ୍ରଶାନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ କଳମାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା କୌଶଲ୍ୟା ମାଝୀ, ଜିଲ୍ଲା ପରିଷଦ ଧାନୀ କିସ୍କୁ, ସରପଞ୍ଚ ଗୋପୀନାଥ ସିଂ, ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଲୁ ପଣ୍ଡା, ବିଶ୍ୱଜିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।ସେହିପରି ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ସାହୁଙ୍କ ଅଧ୍ୟକ୍ଷତାରେ ଗଡ଼ଦେଉଳିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ବବିତା ସିଂ, ନାଏବ ସରପଞ୍ଚ ହେମାଙ୍ଗିନୀ ବାରିକ, ନୋଡାଲ ଅଫିସର ତପନ ଦାସ, ଅରୁଣ ମହାପାତ୍ର, ରାଜୀବ ରଞ୍ଜନ ସେନାପତି, ସନ୍ତକ ଲେଙ୍କା, ଧାନୀ କିସ୍କୁ, ଅବନୀ ପଣ୍ଡା, ଚିନ୍ମୟ ପଣ୍ଡା, ରାମଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ l ଆମ ଓଡିଶା ନବୀନ ଓଡ଼ିଶା ଅଧୀନ ରେ ହେଉ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ବହୁ ସଂଖ୍ୟାରେ ଉପସ୍ଥିତ ସମସ୍ତ ମହିଳା ପୁରୁଷଙ୍କୁ ସଚେତନ କରାଯାଇଥିଲା । ଏହି ଦୁଇଟି ପଞ୍ଚାୟତରେ ଏହା ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା।