ବେତନଟୀ : ଦେଶ ସ୍ଵାଧୀନତା ଲାଭ କରିବାର ଦୀର୍ଘ ବର୍ଷ ବିତିଯାଇଥିବା ବେଳେ ଓ ଅହେତୁକ ଜନ ସଂଖ୍ୟା ବୃଦ୍ଧି ପାଇଥିଲେ ସରକାର ଉପଖଣ୍ଡ ଗୁଡିକରେ କୌଣସି ସଂସ୍କାର ଆଣିନାହାନ୍ତି, ଫଳରେ ସର୍ବ ବୃହତ ଜିଲା ମୟୁରଭଞ୍ଜ ରେ ରାଜସ୍ବ ଉପଖଣ୍ଡ ସଂଖ୍ୟା ବୃଦ୍ଧି କରା ନଯାଇ ସେହି ଚାରି ରେ ସୀମିତ ରଖିଛନ୍ତି | ବେତନଟୀ ରେ ଉପକୂକ୍ତ ଭିତ୍ତିଭୂମି ରହିଥିବା ବେଳେ ରାଜସ୍ବ ଉପଖଣ୍ଡ କୁ ବାଦ ଦେଲେ ସମସ୍ତ ବିଭାଗର ଉପଖଣ୍ଡ କାର୍ଯ୍ୟାଳୟ ରହିଛି | ସର୍ବ ବୃହତ ଉପଖଣ୍ଡ ସଦର ଉପଖଣ୍ଡ (ବାରିପଦା )ଦଶ ଟି ବ୍ଲକ ମଧ୍ୟରେ ସୀମିତ ରହିଛି । ସେହିପରି ବ୍ଲକ ସ୍ତରରେ ଜନସଂଖ୍ୟା ବୃଦ୍ଧିକୁ ନେଇ ଗ୍ରାମପଞ୍ଚାୟତ ଗୁଡ଼ିକର ମଧ୍ୟ ବହୁବାର ପୁର୍ନଗଠନ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କରାଯାଇଛି। ମାତ୍ର ରାଜ୍ୟରେ ୩୧୪ଟି ବ୍ଲକର ପୁର୍ନଗଠନ ପରେ ଆଉ ବ୍ଲକ ଗୁଡ଼ିକ ଜନସଂଖ୍ୟାକୁ ଆଧାର କରି ବିଗତ ତିରିଶ ବର୍ଷ ମଧ୍ୟରେ ପୁର୍ନଗଠନ କରାଯାଇନାହିଁ। ସେହିପରି ଏକ ମାତ୍ର ମୟୂରଭଞ୍ଜ ଜିଲା ରେ ୧୯୪୯ ମସିହା ପରଠାରୁ ଯେଉଁ ଚାରିଟି ରାଜସ୍ଵ ସବଡିଭିଜନ ବାରିପଦା ସଦର, କପ୍ତିପଦା, ବାମନଘାଟି, ପଞ୍ଚପୀଢ ର ମଧ୍ୟ ପୁର୍ନଗଠନ କରାଯାଇନାହିଁ। ଏହା ମଧ୍ୟରେ ମୟୂରଭଞ୍ଜ ଷ୍ଟେଟ ଓଡ଼ିଶା ରାଜ୍ୟ ସହିତ ଗତ ୧/୧/୪୯ ରୁ ସାର୍ବଭୌମତ୍ୱ ହରାଇ ଏକ ଜିଲାର ମାନ୍ୟତା ପାଇ ମିଶ୍ରଣ ହୋଇସାରିଛି। ରାଜାରାଜୁଡ଼ାଙ୍କ ଶାସନ ବ୍ୟବସ୍ଥାର ବିଲୋପ ଘଟିଛି ଏବଂ ଓଡ଼ିଶା ସରକାରଙ୍କ ହାତରେ ମୟୂରଭଞ୍ଜ ଜିଲାର ପ୍ରଶାସନ ଦୀର୍ଘ ୭୪ବର୍ଷ ଧରି ନ୍ୟସ୍ତ ହୋଇ ରହିଆସିଛି। ସେତେବେଳେ ୧୯୪୯ ମସିହାରେ ଜନସଂଖ୍ୟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା, ଅପରାଧ ସଂଖ୍ୟା, ବିଭିନ୍ନ ପ୍ରକାରର ଅନୁଷ୍ଠାନ, ରାସ୍ତାଘାଟ, ମୌଳିକ ସମସ୍ୟା, ନାଗରିକର ମୌଳିକ ଅଧିକାର, ଗ୍ରାମପଞ୍ଚାୟତ ସଂଖ୍ୟା ଯେତିକି ଓ ଯାହା ଥିଲା ଏହି ୭୪ବର୍ଷରେ ବହୁ ଅଧିକ ବୃଦ୍ଧି ପାଇଥିଲେ ବି ଉପଜିଲାପାଳ ଙ୍କ କାର୍ଯ୍ୟାଳୟର ପରିସୀମା ଯେଉଁ ଦଶଟି ସର୍ବାଧିକ ବ୍ଲକ କୁ ନେଇ ରହି ଆସିଥିଲା – ସେଥିରେ କିଛି ପରିବର୍ତ୍ତନ ବା ପ୍ରଶାସନ ଲୋକଙ୍କ ନିକଟତର ହେବାପାଇଁ ବ୍ୟବସ୍ଥା ସଂପ୍ରସାରିତ ହୋଇନାହିଁ। ଗୋଟିଏ ପଟେ କେବଳ ସଦର ସବଡ଼ିଭିଜନ ବାରିପଦା ଅଧିନରେ ଦଶଟି ବ୍ଲକ ଥିବାବେଳେ କପ୍ତିପଦା ସବଡିଭିଜନ ଅଧିନରେ ଚାରିଟି ବ୍ଲକ – ବାମନଘାଟି ସବଡିଭିଜନ ଅଧିନରେ ସାତଟି ବ୍ଲକ ଏବଂ ପଞ୍ଚପୀଢ ସବଡିଭିଜନ ଅଧୀନରେ ପାଞ୍ଚୋଟି ବ୍ଲକ ମାତ୍ର ରହିଅଛି। ବାରିପଦା ସଦର ସବଡ଼ିଭିଜନ ଅଧିନରେ ସର୍ବାଧିକ ଦଶଟି ବ୍ଲକ ଥିବାବେଳେ ରାଜ୍ୟ ମଧ୍ୟରେ କୌଣସି ରାଜସ୍ବ ସବଡିଭିଜନ ଅଧିନରେ ଏତିକି ବ୍ଲକ ନଥିବା ଜଣାଯାଇଛି । ଏଣୁ ଏହି ଦଶଟି ବ୍ଲକର ଅଧିବାସୀ ସେମାନଙ୍କର ବହୁବିଧ କାର୍ଯ୍ୟ ପାଇଁ ବର୍ଷ ଯାକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ୁଥିଲେ ବି ସେମାନଙ୍କ କାମ ମାସ ମାସ ଧରି ହୋଇନଥାଏ। ଦ୍ଵୀପ ତଳ ଅନ୍ଧାର ଭଳି ବାରିପଦରେ ଜିଲାପାଳ ,ଉପଜିଲାପାଳ , ଅତିରିକ୍ତ ଜିଲାପାଳ କାର୍ଯ୍ୟାଳୟ ଥିବା ହେତୁ ଯେକୌଣସି ବ୍ଲକର ପରିସୀମା ଦୂରତା ପଚାଶ ରୁ ଷାଠିଏ କିମି ହୋଇଥିବା ହେତୁ ଆପତ୍ତି କାରି ନ୍ୟାୟ ପାଇବାପାଇଁ ଉପଜିଲାପାଳ ଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଅର୍ଥ ଖର୍ଚ୍ଚ କରି ନୟାନ୍ତ ହୋଇ ପଡ଼ିଥାନ୍ତି । ଉପଜିଲାପାଳ ଙ୍କର ମଧ୍ୟ କାର୍ଯ୍ୟଭାର ଅଧିକ ହେତୁ ପୁରା ସମୟ ଦେଇପାରିନଥାନ୍ତି। ଏଣୁ ବେତନଟୀ ଠାରେ ଚାରିଗୋଟି ବ୍ଲକ ମୋରଡ଼ା, ରାସଗୋବିନ୍ଦପୁର, ବଡ଼ସାହି ଓ ବେତନଟୀ ବ୍ଲକ କୁ ନେଇ ଆଉ ଏକ ରାଜସ୍ଵ ସବଡିଭିଜନ ଗଠନ କରାଯିବା ପାଇଁ ବିକାଶ ମଞ୍ଚ ପକ୍ଷରୁ ଗତ ୨୦୧୯ ଅକ୍ଟୋବର ୨୩ ରୁ ଦାବି ହୋଇଆସୁଥିବା ସତ୍ତ୍ୱେ ରାଜସ୍ଵ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଯୋଗୁଁ ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ଏବଂ ଏହାର ମୁକାବିଲା ପାଇଁ ଚରମ ପଦକ୍ଷେପ ସ୍ୱରୂପ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ଚରମ ନିଷ୍ପତି ନିଆଯାଇଥିବା ଏହାର ଆବାହକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ଵାମୀ ଓ ସଂଯୋଜକ ଅରୁଣ କୁମାର ଓତା, ସୁବୋଧ ଦଣ୍ଡପାଟ, ରଣଜିତ ଦାସ, ରାଜେନ୍ଦ୍ର ଜେନା, ନରେନ୍ଦ୍ର ସିଂ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନ ରେ ଏନଏସି ଘୋଷଣା କରିଥିବାର ନଜିର ରହିଥିବା ବେଳେ ବେତନଟୀ କୁ ଉପଖଣ୍ଡ ମାନ୍ୟତା ଘୋଷଣା କରିବାରେ ଅସୁବିଧା ରହିଲା କେଉଁଠି ବୋଲି ବିକାଶ ମଞ୍ଚ ପ୍ରଶ୍ନ କରିଛି | ୨0୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବେତନଟୀ କୁ ଉପଖଣ୍ଡ ମାନ୍ୟତା ପ୍ରଦାନ କରିବାର ସମ୍ଭାବନା କୁ ଏଡାଇ ଦିଆଯାଇ ନପାରେ |
