Odisha news

ସିନେ ତାରକା ବିଜୟ ମହାନ୍ତିଙ୍କ ବିୟୋଗରେ ଶୋକ : ବିଜୟଙ୍କ ନାମରେ ପୋତା ହେବ ଧାତ୍ରୀ ଅଁଳା ଗଛ

0

ବେତନଟୀ : ବିଶିଷ୍ଟ ସିନେ ତାରକା ବିଜୟ ମହାନ୍ତିଙ୍କ ଦେହାନ୍ତ ତାଙ୍କର ନିଜ ଘର କେନ୍ଦ୍ରପଡାର ଜନସାଧାରଣଙ୍କୁ ଯେମିତି ବ୍ୟଥିତ କରିଛି କୀଚକେଶ୍ୱରୀ ମାଟିର କଳାକାର ଓ କଳାପ୍ରେମୀଙ୍କୁ ମଧ୍ୟ ଅନୁରୁପ ବ୍ୟଥିତ କରିଛି । କରୋନା ପ୍ରତିବନ୍ଧକ ହେତୁ ଏହି କାର୍ଯ୍ୟକ୍ରମକୁ ଔପଚାରିକ ଭାବେ ପାଳନ କରା ଯାଇ ଥିଲେ ମଧ୍ୟ ଏଥିରେ ବହୁମଲ୍ୟ ନିଷ୍ପତ୍ତି ନିଆ ଯାଇଛି । ଏବେ ବନ ମହୋସôବ ହେତୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଚାଲିଛି । ବିଜୟଙ୍କ ନାମରେ ଔଷଧୀୟ ଗୁଣ ସମ୍ପନ୍ନ ବୃକ୍ଷ ରୋପଣ କରିବାକୁ ପଦ୍ମମାଳି ମହିଳା ସଂଗଠନ, ବେତନଟୀ ବ୍ଲକ ସାମ୍ବାଦିକ ସଂଘ, କଳାକାର ସଂଘ ଓ ଅନ୍ୟାନ ସଂଗଠନ ନିଷ୍ପତ୍ତି ନେଇ ଥିବାର ଜଣା ପଡିଛି । ଧାତ୍ରୀ ଅଁଳା ବୃକ୍ଷ ରୋପଣରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରା ଯିବ ବୋଲି ସୂଚନା ମିଳିଛି ।

ବେତନଟୀ ବ୍ଲକ ସାମ୍ବାଦିକ ସଂଘର ସଭାପତି ରଞ୍ଜନ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ବରିଷ୍ଠ ଅଧ୍ୟାପକ ଦୀପ୍ତିପ୍ରକାଶ ମହାନ୍ତ, ବରିଷ୍ଠ ସାମ୍ବାଦିକ ଅଜୟ କୁମାର କର, କାର୍ତ୍ତିକ ବିଶ୍ୱାଳ, ସର୍ବେଶ୍ୱର ମହାନ୍ତ, ହରିଶ୍ଚନ୍ଦ୍ର ସାମଲ, ଅବିନାଶ ନାୟକ, ଆଶିଷ ଦାସ, କମଳଲୋଚନ କର, ଗତିକୃଷ୍ଣ ମହାନ୍ତ, ଆଡଭୋକେଟ ସଞ୍ଜୟ କୁମାର ଭୂୟାଁ, ପଦ୍ମମାଳି ଉପସଭାପତି ଗୀତାଞ୍ଜଳୀ ଭୂୟାଁ, ସମ୍ପାଦିକା ପ୍ରଭାତୀ ମହାନ୍ତି, ଉପସଭାପତି ସୋନା ଖାତୁନ, ଜୟନ୍ତୀ ଖଟୁଆ, କୋଷାଧ୍ୟକ୍ଷା ବିନୋଦିନୀ ମହାନ୍ତ, କୋଷାଧ୍ୟକ୍ଷା ମିନାକ୍ଷୀ ପରିଡା, ସୁପ୍ରଭା ବିଶ୍ୱାଳ, ଶାସ୍ତ୍ରୀୟ ନୃତ୍ୟ ବିଶାରଦା ଶୁଭସ୍ମିତା ସେନାପତି, ରଞ୍ଜିତା କର, ସୁମତୀ ମହାନ୍ତ ଓ ଅନ୍ୟମାନେ ଶୋକ ପ୍ରକାଶ କରି ଥିବାର ଜଣା ପଡିଛି । ବିଜୟ ବାରିପଦାରେ ପାଠପଢ଼ି ବଡ ହୋଇ ଥିବା ବେଳେ ବେତନଟୀ ସହିତ ତାଙ୍କର ସମ୍ପର୍କ ଅତି ନିବିଡ ରହିଛି ।

ବେତନଟୀର ସଠିଲୋରେ ତାଙ୍କର ନିଜର ଭଉଣୀ ଘର ଥିବା ବେଳେ ତାଙ୍କର ଭଣଜା ସିର୍ଦ୍ଦାର୍ଥ ପଟ୍ଟନାୟକ ନେସ୍କୋର ଜୁନିଅର ମ୍ୟାନେଜର ଭାବେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି । ସାନଭାଈ ଅଜୟ କୁମାର ମହାନ୍ତି ବୈଶିଙ୍ଗା ଥାନା, ମାଣତ୍ରୀ ଫାଣ୍ଡିର ଭାରପ୍ରାପ୍ତ ଅଧିକାରୀ ଭାବେ କାର୍ଯ୍ୟ କରିବା ଅବସରରେ ଲୋକ ମାନଙ୍କର ସାଧାରଣ ସ୍ୱାର୍ଥକୁ ବିଶେଷ ଧ୍ୟାନ ଦେଇ ଥାଆନ୍ତି ।  ଗ୍ରାମୀଣ କଳା ଓ ସଂସ୍କୃତି ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇ ସିନେ ତାରକା ବିଜୟ ଓ ଉତ୍ତମ ମହାନ୍ତି ତିନି ତିନି ଥର ରାଗଧା ଶାଖା ସମ୍ବାଦ ସାହିତ୍ୟ ଘରର ଉପସଭାପତି ଅଧ୍ୟାପକ ଦୀପ୍ତି ପ୍ରକାଶ ମହାନ୍ତଙ୍କୁ ରାଉରକେଲାରେ ଶ୍ରେଷ୍ଠ କଳାକାର ଉପାଧି ଓ ପୁରସ୍କାର ପ୍ରଦାନ କରି ଥିଲେ । ଆଜି ଦୀପ୍ତିଙ୍କ ପରିବାର ଓ କରମରାଜା ଝୁମର ଦଳର କଳାକାର ମାନେ ବିଜୟଙ୍କୁ ମନେ ପକାଇ ଦୁଇ ଟୋପା ଅଶ୍ରୁ ବୁହାଇଛନ୍ତି ।

Nalco
Leave A Reply