Odisha news

କବି ଭାସ୍କର ଦ୍ବିବେଦୀ ମୟୂର ସାହିତ୍ୟ ସଂସଦର ନୂତନ ସଭାପତି

0

ବେତନଟୀ : ବେତନଟୀର ସର୍ବ ପୁରାତନ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମୟୂର ସାହିତ୍ୟ ସଂସଦର ପୂର୍ବତନ ସଭାପତି ଜୟନ୍ତ କୁମାର ପଟ୍ଟନାୟକଙ୍କର ରେଳ ଦୁର୍ଘଟଣାରେ ଗତ ୧୮/୫/୨୨ ରିଖରେ  ମୃତ୍ୟୁ ହେବାପରେ ଏହି ପଦବୀଟି ଖାଲି ପଡ଼ିଥିଲା। କାର୍ଯ୍ୟକାରୀ ସଭାପତି ତଥା ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ସଂସଦ ପକ୍ଷରୁ କାମ ଚଳା ସଭାପତି ଭାବେ ଅଧ୍ୟକ୍ଷ ପଦରେ ରହିଆସିଥିଲେ। ସାହିତ୍ୟ ସଂସଦର ଏକ ସ୍ୱତନ୍ତ୍ର ବୈଠକରେ କାର୍ଯ୍ୟକାରୀ ସଭାପତି ଶ୍ରୀ  ମହାନ୍ତିଙ୍କ ଅଧ୍ୟକ୍ଷତାରେ ସଂସଦର ଏକ ବୈଠକ ବସି ନୂତନ ସଭାପତି ପଦବୀ  ପୂରଣ ନିମନ୍ତେ ପ୍ରସ୍ତାବ ଆଗତ  ହୋଇଥିଲା। ଫଳରେ  ୧୫/୭/୨୩ ରିଖ ଶନିବାର ଅପରାହ୍ନ ରେ ସ୍ଥାନୀୟ ଧର୍ମଶାଳା ଠାରେ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ସଂସଦର ସଭାପତି ପଦବୀ ନିମନ୍ତେ ବରିଷ୍ଠ ସାହିତ୍ୟିକ ମାନଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଥିଲେ ବି ଅନ୍ୟ କେହି ଦାବିଦାର ନ ଥିବାରୁ ତଥା ଅନେକ ପୁସ୍ତକର ରଚୟିତା – ଅବସରପ୍ରାପ୍ତ ଶିକ୍ଷକ ଭାସ୍କର  ଚନ୍ଦ୍ର ଦ୍ୱିବେଦୀଙ୍କୁ ସଭାପତି  ପଦବୀ ନିମନ୍ତେ ସର୍ବ ସମ୍ମତ ଭାବେ ଚୟନ କରାଯାଇଥିଲା। ଅନ୍ୟ କେହି ଏହି ପଦବୀ ନିମନ୍ତେ ଆବେଦନକାରୀ ନଥିବା ହେତୁ ସଂସଦ ପକ୍ଷରୁ ଶ୍ରୀ ଭାସ୍କର ଚନ୍ଦ୍ର ଦ୍ଵିବେଦୀଙ୍କୁ ବେତନଟୀ ମୟୂର ସାହିତ୍ୟ ସଂସଦର ସଭାପତି ଭାବେ ଘୋଷଣା କରାଯାଇଥିଲା। ସାହିତ୍ୟର ବିକାଶ ନିମନ୍ତେ ଏବଂ ସାଂସଦ ପକ୍ଷରୁ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟକ୍ରମ ନିମନ୍ତେ ସମସ୍ତ ସଦସ୍ୟମାନେ ସହଯୋଗ କରିବାକୁ ନବ ନିର୍ବାଚିତ ସଭାପତି ତାଙ୍କ ବକ୍ତବ୍ୟରେ ପରାମର୍ଶ ପ୍ରଦାନ  କରିଥିଲେ। ସଂସଦର ବର୍ଷା କାଳୀନ କବିତା ଆସର ଆସନ୍ତା ୩ 0 ତାରିଖରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଘୋଷଣା କରିଥିଲେ |  ଶେଷରେ ଯୁବ ସାହିତ୍ୟିକ ନିରଦ ସୁନ୍ଦର ଜେନା  ଧନ୍ୟବାଦ ଅର୍ପଣ କରିଥିଲେ ।

IEC 2 years
Leave A Reply