Odisha news

ଦିନ ଦ୍ଵିପ୍ରହରରେ ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ଟିକାୟତପୁର-ମଧୁପୁରା ରାସ୍ତା ଉପରେ  ଫାଇନାନ୍ସ କର୍ମଚାରୀ ମାନଙ୍କ ଠାରୁ ଦିନ ଦ୍ଵିପ୍ରହରରେ  ବନ୍ଧୁକ ଦେଖାଇ ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଘଟଣାରୁ ପ୍ରକାଶ ବୈଶିଙ୍ଗା ସ୍ଥିତ ଭାରତ ଫାଇନାନ୍ସ ଶାଖା କାର୍ଯ୍ୟାଳୟ ର କର୍ମଚାରୀ ତଥା ସଂଘ ପରିଚାଳକ ଭକ୍ତହରି ବେହେରା ଓ ଟ୍ରେନିଂ ଫିଲ୍ଡ ଅଫିସର ବସନ୍ତ ପଣ୍ଡା ଦୁଇ ଜଣ ଋଣୀଙ୍କ ଠାରୁ ସଂଗୃହୀତ ରାଶି ୧,୯୦,୦୦୦ଟଙ୍କା ଭର୍ତ୍ତୀ ବ୍ୟାଗ ଧରି ମଧୁ ପୁରା ଗ୍ରାମ ରୁ ନିଜ ପ୍ୟାସନ ପ୍ରୋ ବାଇକ (ଓଡି-୦୧ ଏକ୍ସ-୯୩୧୨) ଯୋଗେ ବୈଶିଙ୍ଗା ଶାଖାକୁ ଆସୁଥିଲେ। ଦିବା ୧ଘଣ୍ଟା ୩୦ ମି. ସମୟରେ ନମ୍ବର ପ୍ଳେଟ୍ ନଥିବା ନଥିବା  ଏକ କଳା ରଙ୍ଗର ଆପାଚୀ ବାଇକ ଯୋଗେ ତିନିଜଣ ମୁଖା ଧାରୀ ଯୁବକ ତାଙ୍କୁ ପିଛା କରି ଟିକାୟତପୁର ନିକଟସ୍ଥ ଏକ ଫାଙ୍କା ସ୍ଥାନରେ ଫାଇନାନ୍ସ କର୍ମଚାରୀମାନଙ୍କୁ ଅଟକାଇବା ସହ ପଛରେ ବସିଥିବା ବ୍ୟକ୍ତିକୁ ଧକ୍କା ମାରି ତଳେ ପକାଇ ଦେଇଥିଲେ। ଟଙ୍କା ବ୍ୟାଗ ଧରି ବସନ୍ତ ପଣ୍ଡା ବିଲ ମଧ୍ୟକୁ ଦୌଡି ପଳାଉଥିବା ସମୟରେ ଛିନତାଇ ଯୁବକ ମାନେ ଗୋଡ଼େଇ ଗୋଡେଇ ମାଡି ବସିବା ସହିତ ବ୍ୟାଗ ଟିକୁ ଛଡାଇ ଆଣିଥିଲେ। ସଙ୍ଗେ ସଙ୍ଗେ ସେହି ଆପାଚୀ ଯୋଗେ ଉକ୍ତ ତିନିଜଣ ଛିନତାଇ ଯୁବକ ହଳଦୀପଦା ରାସ୍ତା ଦେଇ ଫେରାର ହୋଇଯାଇଥିଲେ। ଭାରତ ଫାଇନାନ୍ସ ର ଅନ୍ୟ ଜଣେ କର୍ମଚାରୀ ବିକାଶ ଚନ୍ଦ୍ର ବାରିକ ପଛେ ପଛେ ଆସୁଥିଲେ, ମାତ୍ର ସେ ଆସି ପହଞ୍ଚିବା ବେଳକୁ ଏହି ଘଟଣା ଘଟି ସାରିଥିଲା।ଏହା ପରେ ଫାଇନାନ୍ସ କର୍ମଚାରୀ ମାନେ ବୈଶିଙ୍ଗା ପୁଲିସକୁ ସଙ୍ଗେ ସଙ୍ଗେ ଜଣାଇବା ପରେ ଏସଆଇ ସୁମନ୍ତ ସେଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ଏ ଘଟଣାକୁ ନେଇ ଭକ୍ତହରି ବେହେରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୧୦/୨୩ରେ ଏକ ମାମଲା ରୁଜୁ କରିବା ସହ ନିଜେ ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାର ତଦନ୍ତ ଜାରି ରଖିଛନ୍ତି। ବାରମ୍ଵାର ଫାଇନାନ୍ସ କର୍ମଚାରୀ ମାନଙ୍କୁ ଟାର୍ଗେଟ କରି ଛିନତାଇ ଯୁବକ ମାନେ ଲୁଟ କରିବାକୁ ସଫଳ ହେଉଥିବା ବେଳେ ତାଙ୍କର ନିଜସ୍ଵ ସୁରକ୍ଷା ନ ଥିବାର ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave A Reply