ବେତନଟୀ : ରାଜ୍ୟ ସରକାରଙ୍କ ପକ୍ଷରୁ ଖରିଫ୍ ଧାନ କିଣା ସରିଯିବା ପରେ ଏବେ ରବି ଋତୁରେ ଚାଷ ହୋଇଥିବା ଅଧିକ ଅମଳକ୍ଷମ ଧାନ କିଣବାପାଇଁ ସରକାରଙ୍କ ତରଫରୁ ସମବାୟ ସଂସ୍ଥା ମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଇତି ମଧ୍ୟ ରେ ଚାଷୀମାନେ ମଧ୍ୟ ତାଙ୍କର ଧାମ ଅମଳ କରି ସାରିଲେଣି। ସେଥିପାଇଁ ବୈଶିଙ୍ଗା ଲ୍ୟାମ୍ପସ ପକ୍ଷରୁ ସୋମବାର ଦିନ ଧାମ ମଣ୍ଡିର ଶୁଦ୍ଭାରମ୍ଭ ହୋଇଥିଲ। । ପରିଚାଳନା କମିଟୀର ସଭାପତିଙ୍କ ଅନୁପସ୍ଥିରେ ସଦସ୍ୟ ରବିନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଧାନ ମଣ୍ଡିର ଶୁଭାରମ୍ଭ କରାଯାଇଥିଲା। ଲ୍ୟାମ୍ପସର ଭାରପ୍ରାପ୍ତ ପରିଚାଳକ ମୁକୁନ୍ଦ ପ୍ରସାଦ ଦାସଙ୍କ ସମେତ ଅନ୍ୟ କର୍ମଚାରୀ ଓ ସଦସ୍ୟ ଚତୁର୍ଭୁଜ ପୁଷ୍ଟି ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ।ମଣ୍ଡି ଆରମ୍ଭ ହୋଇଥିଲା ବେଳେ ସୋମବାର ମୟୂରଭଞ୍ଜ ବନ୍ଦ ଥିବାରୁ ଚାଷୀମାନେ ଧାନ ଆଣିପାରି ନଥିଲେ। ଅନଲାଇନ୍ ରେ ପଞ୍ଜିକୃତ ଚାଷୀ ମାନେ କେବଳ ମଣ୍ଡିରେ ଧାନ ବିକ୍ରୀ କରିପାରିବେ ବୋଲି ପ୍ରକାଶ କରାଯାଇଲା।