Odisha news

ବାଲିମାଫିଆଙ୍କର ତହସିଲ କର୍ମଚାରୀଙ୍କୁ ଆକ୍ରମଣ : ସରକାରୀ ରାଜସ୍ୱ ନୁହେଁ, ଜନ ସାଧାରଣଙ୍କ ସାମାନ୍ୟ ସ୍ୱାର୍ଥକୁ ବି ଗିଳି ଦେଉଛନ୍ତି ବାଲି ମାଫିଆ

0

ବେତନଟୀ  : ଚୋରା ବାଲି ଚାଲାଣ ରୋକିବାକୁ ଗତକାଲି ବେତନଟୀ ତହସିଲର ସ୍କ୍ୱାର୍ଡ ପାଟଳୀପୁରା ଯାଇ ଥିବା ବେଳେ ତାଙ୍କୁ ଆକ୍ରମଣ କରା ଯାଇ ଥିଲା । ଏହି ଘଟଣା ପରେ ବାଲି ଚାଲାଣର ଏକ ବୃହତ୍ତ ଦିଗ ପର୍ଦ୍ଦାଫାଶ ହୋଇଛି । ବାଲି ମାଫିଆ ମାନେ କେବଳ ସରକାରୀ ରାଜସ୍ୱ ନୁହେଁ ବରଂ ଜନ ସାଧାରଣଙ୍କ ସ୍ୱାର୍ଥକୁ ମଧ୍ୟ ଗିଳି ଦେଉଛନ୍ତି । ଏହାକୁ ନେଇ ବେତନଟୀ ତହସିଲଦାର ଅନିଶା ଦାସ ଉଦବେଗ ପ୍ରକାଶ କରିଛନ୍ତି । ଗତକାଲି ତହସିଲଦାର ଗଣମାଧ୍ୟମକୁ ଦେଇ ଥିବା ସୂଚନା ମୁତାବକ ବାଲି ମାଫିଆ ମାନେ ପରମିଟ ଟେମ୍ପୋରିଂ କରି ବାଲି ଚୋରା ଚାଲାଣ କରିବାର ଏକ କୁଅଭ୍ୟାସ ଆରମ୍ଭ କରିଛନ୍ତି । ଏହି ଖବର ବେତନଟୀ ତହସିଲଦାରଙ୍କର ହସ୍ତଗତ ହେବା ପରେ ବାଲି ମାଫିଆ ମାନଙ୍କୁ ଏଥିରୁ ନିବୃତ୍ତ କରିବା ପାଇଁ ସେ ନିଜର ରାଜସ୍ୱ ନିରୀକ୍ଷକ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ, ସୁପରଭାଈଜର ଓ ଅନ୍ୟାନ କର୍ମଚାରୀ ମାନଙ୍କୁ ନେଇ ସ୍କ୍ୱାର୍ଡ ଗଠନ କରି ଥିଲେ ଓ ଏହି ସ୍କ୍ୱାର୍ଡ ଗଠନ କରିବା ଦ୍ୱାରା ମାଫିଆ ମାନଙ୍କର ସ୍ୱାର୍ଥରେ ବାଧା ଉପୁଜିଲା ।

ଗତକାଲି ପାଟଳୀପୁରା ନିକଟରେ ବେତନଟୀ ରାଜସ୍ୱ ନିରୀକ୍ଷକଙ୍କୁ ନେଇ ଗଠିତ ସ୍କ୍ୱାର୍ଡ ଡ୍ୟୁଟିରେ ଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇ ଥିଲା । ଆକ୍ରମଣ ସତ୍ତ୍ୱେ ତହସିଲ କର୍ମଚାରୀ ମାନେ ହତୋସôାହିତ ହୋଇ ନଥିଲେ ଓ ଜୀବନକୁ ବାଜି ଲଗାଇ ଓଡି-୦୧ଟି-୯୪୪୦, ଓଡି-୦୧ଏଏ-୦୩୭୬, ଓଡି-୧୧ଏଫ-୬୧୧୪, ଓଡି-୦୫ଏମ-୯୧୨୧ ଚାରି ଗୋଟି ବାଲି ବୋଝେଇ ଡମ୍ଫରକୁ ଜବତ କରି ବୈଶିଙ୍ଗା ଥାନାରେ ଆଣି ଜିମା ଦେଇ ଥିବାର ଜଣା ପଡିଛି । ତହସିଲଦାର ଘଟଣା ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଉପଜିଲ୍ଲାପାଳ ବସନ୍ତ ସେଠୀ, ବୈଶିଙ୍ଗା ପୋଲିସକୁ ଜଣାଇ ଥିଲେ । ତେବେ ପରମିଟ ଯାଞ୍ଚ କରିବା ବେଳକୁ ଏହି ଗାଡି ଗୁଡିକରେ ଗୋଟିଏ କପି ପରମିଟ ଥିବା ବେଳେ ଅନ୍ୟ କପିଟି ନଥିଲା ବୋଲି ସୂଚନା ମିଳିଛି । ବାରିପଦା ଉପଜିଲ୍ଲପାଳ ବସନ୍ତ ସେଠୀ ଘଟଣା ବାବଦରେ ବେତନଟୀ ଏସଡିପିଓ ଲଳିତ କୁମାର ପଟ୍ଟନାୟକଙ୍କୁ ଅବଗତ କରାଇ ଥିଲେ । ଗୋଟିଏ ପଟେ ମହାମାରୀ କରୋନା ପାଇଁ ରାଜସ୍ୱ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି ଅନ୍ୟପଟେ ଏପରି ଲଘୁ ଖଣିଜ ଲୁଟକୁ ରୋକିବାରେ ନିୟୋଜିତ ଅଛନ୍ତି ତହସିଲ କର୍ମଚାରୀ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ଗତକାଲିର ଘଟଣା ସମ୍ପର୍କରେ ବେତନଟୀ ତହସିଲଦାର ଅନିଶା ଦାସ ଲିଖିତ ଭାବେ ଅଭିଯୋଗ କରିବା ପରେ ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ୱାଇଁ ବୈଶିଙ୍ଗା ଥାନାରେ ଦଫା ୩୪୧, ୩୨୩, ୨୯୪, ୩୫୩, ୫୦୬, ୩୪ ଭାରତୀୟ ପିଙ୍ଗଳ କୋର୍ଡ ମୂଳେ ମାମଲା ନମ୍ବର ୧୧୯/୨୦୨୦ ରୁଜୁ କରି ଏସଆଇ ଶିରିଶ କୁମାର ନାୟକଙ୍କୁ ତଦନ୍ତ ଦାୟୀତ୍ୱ ପ୍ରଦାନ କରିଛନ୍ତି ।

ଏହି ମାମଲାଟି ଶ୍ରୀକାନ୍ତ ଦାସ ଓ ଅନ୍ୟ ମାନଙ୍କ ନାମରେ ରୁଜୁ ହୋଇଛି । ତେବେ ଏବେ ବେତନଟୀ ତହସିଲରେ କୌଣସି ବାଲି ସୈରାତ ନଥିବା ବେଳେ ବଡସାହି ତହସିଲର ମହୁପୁରା ଘାଟଟିରୁ ବାଲି ଉତ୍ତୋଳନ ହେଉଛି । ଏହି ଘାଟରୁ ଉତ୍ତୋଳିତ ବାଲି ଗୁଡିକ ବଡ ବଡ ଡମ୍ଫର, ହାଇୱା ଓ ଅନ୍ୟାନ ଗାଡିରେ ବିଶେଷ କରି ବାଲେଶ୍ୱର ଚାଲାଣ ହେଉ ଥିବାର ଜଣା ପଡିଛି । ସ୍ଥାନୀୟ ଇଟା ଭାଟି, ଜନସାଧାରଣ ଏଠାକୁ ବାଲି ଆଣିବାକୁ ଗଲେ ଥରେ ଗୋଟିଏ ଡମ୍ଫର ବାଲି ପାଇଁ ପରମିଟ ମାଗିଲେ ୧୫୦୦ ଟଙ୍କା, ରୟାଲଟୀ ପାଇଁ ୩୦୦୦ ଟଙ୍କା ଦାବି କରା ଯାଉଛି । ଏମିତି ୪୫୦୦ ଟଙ୍କା ଦାବି କରା ଯାଉ ଥିବା ବେଳେ ପରମିଟର ଦ୍ୱିତୀୟ କପିଟି ବାଲି ପଟାଦାରର ଲୋକ ମାନେ ରଖି ଦେଉଛନ୍ତି । ସେହି ଦ୍ୱିତୀୟ କପିକୁ ମଧ୍ୟ ସେମାନେ ପୁଣି କାହାକୁ ବିକ୍ରି କରି ଦେଉ ଥିବାର ଜଣା ପଡିଛି । ଗତକାଲି ତହସିଲଦାର ଧରି ଥିବା ଡମ୍ଫର ଗୁଡିକରୁ ମିଳି ଥିବା ପରମିଟର ଗୋଟିଏ କପି ଥିବା ବେଳେ ଦ୍ୱିତୀୟ କପି ପାଇବା ପାଇଁ ଆଜି ଡମ୍ଫରର ମାଲିକ ଓ କର୍ମଚାରୀ ମାନେ ବାଲି ଘାଟ ଅଫିସରେ ପହଞ୍ଚି ଥିଲେ ବୋଲି ସୂଚନା ମିଳିଛି । ତେବେ ଏପରି କରିବା ଦ୍ୱାରା ଆଗକୁ ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର ଓ ଅନ୍ୟାନ ସାଧାରଣ କାର୍ଯ୍ୟ କେମିତି ହେବ ଏହାକୁ ନେଇ ଏବେ ସଂଶୟ ସୃଷ୍ଟି ହେଲାଣି ।

Leave A Reply