Odisha news

ବୃଦ୍ଧ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ବେତନଟୀ : ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଜଙ୍ଗଲରେ ଆଜି ଅପରାହ୍ନ ସମୟରେ ସେହି ଅଞ୍ଚଳର ଜନୈକ ବୃଦ୍ଧ ବ୍ୟକ୍ତିଙ୍କର ଝୁଲନ୍ତା ଶବ ଉଦ୍ଧାର କରିଛି ବେତନଟୀ ପୁଲିସ l ମୃତକ ଜଣକ ହେଲେ ଅବସରପ୍ରାପ୍ତ ହାଇସ୍କୁଲ ପିଅନ ୬୫ ବର୍ଷୀୟ ଛତିଶ ଦେଓ l ମିଳିଥିବା ସୂଚନା ଅନୁସାରେ ପାରିବାରିକ ସମସ୍ୟା ପାଇଁ  ଛତିଶ ଗତକାଲିଠାରୁ ଘରୁ ବାହାରି ଆସିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ଏତେ ତେଣେ ଖୋଜାଖୋଜି କରିଥିଲେ ବି କିଛି ଖୋଜ ଖବର ପାଇନଥିଲେ l ହେଲେ ଆଜି ଅପରାହ୍ନରେ ଗାଁ ଲୋକ ଜଙ୍ଗଲକୁ ଯାଇଥିବାବେଳେ ଏକ ଗଛରେ ଛତିଶର ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ l ଘଟଣା ସ୍ଥଳରେ ଏକାଧିକ ଲୋକ ରୁଣ୍ଡ ହେବା ସହିତ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ l ଖବର ପାଇ ବେତନଟୀ ପୁଲିସ ପହଞ୍ଚି ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l  ଆଜି ସନ୍ଧ୍ୟା ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବା ନେଇ ପୁଲିସ ସୂଚନା ଦେଇଛି l

Leave A Reply