Odisha news

ସହିଦ କଙ୍କା ମାଝୀ ଏବଂ କାଳିଆ ମହାନ୍ତଙ୍କର ୧୦୭ତମ ବଳିଦାନ ଦିବସ ପାଳିତ

0

ବେତନଟୀ : ସହିଦ କଙ୍କା ମାଝୀ କାଳିଆ ମହାନ୍ତଙ୍କର ୧୦୭ତମ ବଳିଦାନ ଦିବସ ମହୁଲିଆ ହାଟ ଛକ ଠାରେ ବେତନଟୀ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା କଙ୍କାମାଝୀ କାଳିଆ ମହାନ୍ତ ସ୍ମୃତି ପରିଷଦର  ଆବାହକ ଶ୍ରୀମତୀ ପାନମଣି ମୁର୍ମୁଙ୍କର ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମା ସବଳା ବିଶ୍ୱ କଲ୍ୟାଣ ସେବା ସମିତିର ସଭାପତି ଶ୍ରୀ ମତୀ ଅନ୍ନଦା ମହାନ୍ତ, ମୁଖ୍ୟ ବକ୍ତା ଭାବରେ ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ କବି ସଙ୍ଗମର ପ୍ରତିଷ୍ଠାତା ସଭାପତି କବି ବାସୁଦେବ ନାପିତ, ବିଶିଷ୍ଟ ଅତିଥି ଭାବରେ ଆୱାର ନେସ ନିୟୁଜ ଇଣ୍ଡିଆର ସମ୍ପାଦିକା ଶ୍ରୀମତୀ ସସ୍ମିତା ଧଳ ମହାନ୍ତ,ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ଦୀପକ କୁମାର ପାତ୍ର,ସମ୍ମାନିତ ବକ୍ତା ଭାବରେ କବି ମଧୁସୂଦନ ମହାନ୍ତ, ସମାଜସେଵୀ ସୁନାରାମ ମାଝୀ ପ୍ରମୁଖ ଯୋଗଦାନ କରି ସହୀଦ କଙ୍କା ମାଝୀ କାଳିଆ ମହାନ୍ତଙ୍କର ସଂଘର୍ଷମୟ ଜୀବନ ବିଷୟରେ ଆଲୋଚନା କରିଥିଲେ ଏବଂ ନିମ୍ନ ଲିଖିତ ପ୍ରସ୍ତାବ ଗୁଡିକ ଆଗତ କରିଥିଲେ। ବେତନଟୀ ମହାବିଦ୍ୟାଳୟର ନାମକୁ ପରିବର୍ତନ କରାଯାଇ ସହୀଦ କଙ୍କା ମାଝୀ କାଳିଆ ମହାନ୍ତ  ମହାବିଦ୍ୟାଳୟ ନାମରେ ନାମିତ କରାଯାଉ, ସହୀଦ ମାନଙ୍କ ସ୍ମୃତିରେ ଏକ ସହୀଦ ଭବନ ଏବଂ ଏକ ସ୍ମୃତି ସ୍ତମ୍ଭ ନିର୍ମାଣ , ବେତନଟୀ ବଙ୍ଗଳା ଛକଠାରୁ ମହୁଲିଆ ଛକ ପର୍ଯ୍ୟନ୍ତ କଙ୍କା କାଳିଆ ସ୍ମୃତି ମାର୍ଗ ଭାବରେ ନାମିତ କରାଯିବା , ମହୁଲିଆ ହାଟର ନାମ କରଣ “କଙ୍କା କାଳିଆ”ହାଟ ବୋଲି ନାମିତ କରିବା ପାଇଁ ଦାବି ଉଠିଥିଲା। ଏହି ଅବସରରେ ସ୍ମୃତି ପରିଷଦ ପକ୍ଷରୁ କଙ୍କା ମାଝୀ କାଳିଆ ମହାନ୍ତଙ୍କର ଦାୟାଦ ହିନ୍ଦୁ ମାଝୀ ଏବଂ ହୃଦାନନ୍ଦ ମହାନ୍ତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ଏବଂ ସ୍ମୃତି ପରିଷଦର ସଦସ୍ୟ ତଥା ୱାର୍ଡ ସଭ୍ୟ ସ୍ବର୍ଗତ ବନମାଳୀ ସିଂ ଏବଂ ଉପଦେଷ୍ଟା ଜୟନ୍ତ କୁମାର ପଟ୍ଟନାୟକଙ୍କର ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ରଞ୍ଜନ ନାୟକ, ଭକ୍ତ ହରି ମୁର୍ମୁ, ଉମାକାନ୍ତ ମହାନ୍ତ,କବି ରତିକାନ୍ତ ବେହେରା, ଯୁବ ସଂଗଠକ କୁନା ମହାନ୍ତ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ,ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ ସ୍ମୃତି କମିଟିର କବି ମନୋଜ କୁମାର ମହାନ୍ତ । ସ୍ୱାଗତ କରିଥିଲେ ଶ୍ରୀମତୀ ମାମିନା ମହାନ୍ତି ଏବଂ ଧନ୍ୟବାଦ ପ୍ରଦାନ କରିଥିଲେ ସ୍ମୃତି କମିଟିସଦସ୍ୟ ଗତି କୃଷ୍ଣ ମହାନ୍ତ I ଏଥିରେ ମହୁଲିଆ,ଶୁଖିଲାହାର, ବେତନଟୀ,ଇନ୍ଦିରା ନଗର,ରେଣୁଗାଁ, ଆମ୍ବ ଯୋଡ଼ା, କାଇଁଫୁଲିଆ, ଯୋଗିନୁଆ ଇତ୍ୟାଦି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ମାନେ ଯୋଗଦାନ କରିଥିଲେ।

Leave A Reply