ବେତନଟୀ : ପଦ୍ମପୁର ଗ୍ରାମର ଶିବନାରାୟଣ ବେହେରା ଦୀର୍ଘଦିନ ହେବ ଆଖପାଖ ଅଞ୍ଚଳରୁ କଟା ବାଉଁଶ ସଂଗ୍ରହ କରି ବୈଶିଙ୍ଗା ଆରଏମସି ପଡିଆରେ ଗଛିତ କରନ୍ତି ଓ ଟ୍ରକ ଯୋଗେ ବାହାରକୁ ପଠାନ୍ତି l ସେଥିରୁ ଯାହା ରୋଜଗାର ହୁଏ ସେଇଥିରୁ ପରିବାର ଚଳାନ୍ତି l ଗତ ୨୯ତାରିଖ ଦିନ ରାତି ୯ଟା ସମୟରେ ସେ ଟ୍ରକ ଲୋଡ଼ କରି ସାରିବାପରେ ଘରକୁ ଯାଇଥିଲେ l ହେଲେ ବିଳମ୍ବିତ ରାତିରେ ତାଙ୍କ ଟ୍ରକ ଡ୍ରାଇଭର ଠାରୁ ଫୋନ ଯୋଗେ ସୂଚନା ପାଇଥିଲେ କି ସ୍ଥାନୀୟ କିଛି ଯୁବକ ଟ୍ରାକ୍ଟର ଯୋଗେ ତାଙ୍କ ଗୋଦାମରୁ ବାଉଁଶ ଚୋରି କରୁଛନ୍ତି l ପରେ ଶିବ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ କି ରଙ୍ଗାମାଟିଆ ଗ୍ରାମର ଶାନ୍ତନୁ ସିଂହ, ସୃଷ୍ଟିଧର ଦାସ, ନବଘନ ମଣ୍ଡଳ ଓ କ୍ଷୀରପଦା ଗ୍ରାମର ରବି ସାହୁ ଅନ୍ୟ ପାଞ୍ଚଛଅ ଜଣ ଯୁବକଙ୍କ ସହିତ ରବି ସାହୁଙ୍କ ଟ୍ରାକ୍ଟରରେ ବାଉଁଶ ବୋଝେଇ କରୁଛନ୍ତି l ଏନେଇ ସେ ସଙ୍ଗେ ସଙ୍ଗେ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ l ପୁଲିସ ଖବର ପାଇ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ବାଉଁଶ ବୋଝେଇ ଟ୍ରକକୁ ଜବତ କରିବା ସହିତ ୧୭୯/୨୩ ନଂରେ ଚାରି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l