ବେତନଟୀ : ଗୁରୁବାର ଅପରାହ୍ନ ସମୟରେ ବୈଶିଙ୍ଗା ଥାନା ଅଧୀନ ବର୍ତ୍ତନା ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ସାହୁଙ୍କର ତାଙ୍କ ଦ୍ୱିତୀୟ ପତ୍ନୀଙ୍କର ପୁଅ କାର୍ତ୍ତିକଙ୍କର ବାପାଙ୍କ ପେନସନ ଟଙ୍କାକୁ ନେଇ ବଚସା ହୋଇଥିଲା l ଏଥିରେ ଉତକ୍ଷିପ୍ତ ହୋଇ ଏକ ଛୁରୀ ଯୋଗେ କାର୍ତ୍ତିକ ନିଜ ବାପାଙ୍କୁ ବାରମ୍ବାର ଆକ୍ରମଣ କରିଥିଲା l ରକ୍ତାକ୍ତ ଅବସ୍ଥାରେ ପରିବାରର ଅନ୍ୟମାନେ ଗୁରୁତର ରାମଚନ୍ଦ୍ରଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ସନ୍ଧ୍ୟା ସମୟରେ କାର୍ତ୍ତିକ ବୈଶିଙ୍ଗା ଥାନାରେ ଆସି ଆତ୍ମସମର୍ପଣ କରିଥିଲା l ଏ ନେଇ ବୈଶିଙ୍ଗା ପୁଲିସ ୧୭୫/୨୩ର ଏକ ମାମଲା ରୁଜୁ କରିବା ସହିତ ଶୁକ୍ରବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।