ବେତନଟୀ : କରୋନା ସଂକ୍ରମିତ ପରିବାରର ଲୋକ ମାନଙ୍କୁ ମାନସିକ ଯନ୍ତ୍ରଣା ଦେଉ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ବେତନଟୀ : କରୋନା ଗୋଟିଏ ଭୂତାଣୁ ଜନିତ ରୋଗ । ମୟୂରଭଞ୍ଜର ବାଙ୍କିଶୋଳରେ କୋଭିଡ ଡାକ୍ତରଖାନା ଥିବାରୁ ଏହାର ଚିକିସôା ମଧ୍ୟ ସହଜରେ ହୋଇ ପାରୁଛି । ବହୁଲୋକ ଚିକିସôା ପରେ ସୁସ୍ଥ ହୋଇ ଘରକୁ ଫେରିବା ପରେ ସେମାନଙ୍କ ପରିବାରର ଜୀବନଯାତ୍ରା ସାଧାରଣ ହୋଇ ଗଲାଣି । କୋଭିଡ ହସପିଟାଲରେ ଚିକିସôା ହେବାର ମିଆଦ ପ୍ରାୟ ୧୦ ଦିନ ମଧ୍ୟରେ ସୀମିତ ରହୁଛି । ରୋଗୀ ମାନଙ୍କୁ ଚିକିସôା ବେଳେ କେବଳ ଭିଟାମିନ ବି+ସି କ୍ୟାପସୁଲ ଦୈନିକ ଗୋଟିଏ ଖାଇବାକୁ ଦିଆ ଯାଉଛି ବୋଲି ଚିକିସôା ହୋଇ ଫେରୁ ଥିବା ରୋଗୀ ମାନେ ପ୍ରକାଶ କରୁଛନ୍ତି ।
ଜ୍ୱର ଥିଲେ ଏହା ପାଇଁ ଅଲଗା ଚିକିସôା କରା ଯାଉଛି । ଖାଦ୍ୟପେୟ ସବୁ ସାରଣୀ ମୁତାବକ ପ୍ରଦାନ କରା ଯାଉଛି । କୋଭିଡ ଡାକ୍ତରଖାନାରେ କୋଭିଡ ଯୋଦ୍ଧା ମାନେ ରୋଗୀ ମାନଙ୍କୁ ଭଲ ବ୍ୟବହାର କରୁଛନ୍ତି । ସମସ୍ତେ ଗୋଟିଏ ସ୍ଲୋଗାନ ଦେଉଛନ୍ତି “ରୋଗକୁ ଘୃଣା କରନ୍ତୁ ରୋଗୀକୁ ନାହିଁ” । ତେବେ ଏହାର ପ୍ରତିକୂଳ ଛବି ଏବେ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଛ ସୃଷ୍ଟି କରିଛି । ଏହି ପରିବାରର ଲୋକ ମାନଙ୍କୁ ମାନସିକ ଭାବେ ନିର୍ଯ୍ୟାତନା ଦିଆ ଯାଉଛି । ଏପରିକି ବାସନ୍ଦ କଲା ଭଳି ବ୍ୟବହାର କରା ଯାଉଛି । ସାଧାରଣ ପିଇବା ପାଣି ନେବା ସ୍ଥାନ, ଗାଧୁଆ ଘାଟରେ ଏପରି ବ୍ୟବହାର ଦେଖିବାକୁ ମିଳୁଛି । ଦୋକାନରେ ମଧ୍ୟ ଦୋକାନୀ ଏହି ପରିବାରର ଲୋକ ମାନଙ୍କୁ ସାମଗ୍ରୀ ମନା କରି ଦେଉଛନ୍ତି । ଏହା ସଂକ୍ରମିତ ପରିବାରର ସଦସ୍ୟ ମାନଙ୍କୁ ମାନସିକ ସ୍ତରରେ ନିର୍ଯ୍ୟାତିତ କରୁଛି । କରୋନା ବାବଦରେ ଅପପ୍ରଚାର କିମ୍ବା ସଂକ୍ରମିତ ବ୍ୟକ୍ତିଙ୍କ ପରିବାରକୁ ମାନସିକ ନିର୍ଯ୍ୟାତନା ଦେଉ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ପାରିବ ବୋଲି ଆଇନ ବିଶେଷଜ୍ଞ ମାନେ ପ୍ରଚାର କରୁଛନ୍ତି । ଏପରି କରୁ ଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ଦାବି ହୋଇଛି । ସଟଡାଉନ ବେଳେ ଆରପଟା ବାଲି ଖାଦାନରୁ ବାଲି ଚାଲାଣ : ଡମ୍ଫରକୁ ଜବତ କଲା ବେତନଟୀ ପୋଲିସ