ବେତନଟୀ : ସୂଚନା ଅନୁଯାଇ ଗତ ୧୪ ତାରିଖ ଦିନ ସନ୍ଧ୍ୟା ସମୟରେ ତାରାଶୋଳ ଗ୍ରାମର ମଙ୍ଗଲ ବେସ୍ରା (୬୫) ନିଜ ଘରେ ଥିବାବେଳେ ତାଙ୍କ ପୁଅ ସମାୟ ବେସ୍ରା (୪୩) ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିଥିଲା ଓ ନିଜ ବାପାଙ୍କୁ କିଛି କାରଣ ନଥାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା l ମଙ୍ଗଲ ଏହାର ପ୍ରତିବାଦ କରିବାରୁ ସମାୟ ଉତକ୍ଷିପ୍ତ ହୋଇ ତାଙ୍କ ମଥାରେ ପାଖରେ ପଡ଼ିଥିବା ଏକ କାଠ ଫାଳିଆରେ ଶକ୍ତ ପ୍ରହାର ଦେଇଥିଲେ l ମାଡ଼ ଖାଇ ମଙ୍ଗଲ ଗୁରୁତର ହେବା ସହିତ ଚିତ୍କାର କରିବାରୁ ଘର ଭିତରେ ଥିବା ତାଙ୍କ ସ୍ତ୍ରୀ ଚୂଡ଼ାମଣି ବେହେରା ଦୌଡ଼ି ଆସିଥିଲେ ଓ ସେ ମଧ୍ୟ ପୁଅ ଆକ୍ରୋଶର ଶିକାର ହୋଇ ମାଡ଼ ଖାଇଥିଲେ l ପରେ କୋଳାହଳ ଶୁଣି ପାଖ ପଡୋଶୀ ଘଟଣା ସ୍ଥଳକୁ ଚାଲି ଆସିବାରୁ ସମାୟ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ପରେ ପଡୋଶୀ ଲୋକ ଉଭୟ ମଙ୍ଗଲ ଓ ଚୂଡ଼ାମଣିଙ୍କୁ ଡାକ୍ତରଖାନା ନେଇଯାଇଥିଲେ l ସେଠାରେ ୩ ଦିନର ଚିକିତ୍ସା ପରେ ମଙ୍ଗଲ ଫେରି ଆସି ବେତନଟି ଥାନାରେ ଲିଖିତ ଅଭିଯୋଗ ଦେବାପରେ ଥାନା ଏସଆଇ ନିରଞ୍ଜନ ସେଠୀ ୧୪୮/୨୩ ନଂ ରେ ଏକ ମରଣାନ୍ତକ ଆକ୍ରମଣ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସମାୟକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l