ବେତନଟୀ : ମୟୁରଭଞ୍ଜ ଜିଲ୍ଲା ଆମ ବେତନଟୀ ବ୍ଲକ ରୁ ସ୍ରୁଷ୍ଟି ଲାଭ କରିଥିବା “କୁଡୁମୀ ସେନା” ନିଜ ଜାତି କୁ ଆଦିବାସୀ ମାନ୍ଯତା ଦାବିରେ ଚଳାଇ ଥିବା ଆନ୍ଦୋଳନ ଆଜି ସାରା ଦେଶକୁ ବ୍ୟାପିବାରେ ଲାଗିଥିବା ଜଣାଯାଇଛି। ଏହାର ପ୍ରତିଷ୍ଠାତା ଜୈମୁନୀ କୁମାର ମହାନ୍ତ ପ୍ରଥମେ ବୈଶିଙ୍ଗା, ବେତନଟୀ, ବଡସାହି, ରାସଗୋବିନ୍ଦପୁର, ବାରିପଦା ଆଦି ସ୍ଥାନରେ ନିଜର ସଂଗଠନ କୁ ମଜବୁତ କରିବା ପରେ ସାରା ରାଜ୍ଯ ରେ ବିଭିନ୍ନ ସ୍ଥାନ ରେ ବୈଠକ ମାନ କରି ନିଜ କୁଡୁମୀ ଜାତି କୁ ଏକାଠି କରି ପାରିଥିଲେ। ଏଥିପାଇଁ ରାଜ୍ଯ ରାଜଧାନୀରେ ହଜାର ହଜାର ଜାତି ଭାଇମାନଙ୍କୁ ଏକ କରି ମୂଖ୍ଯ ମନ୍ତ୍ରୀ ଙ୍କୁ ସ୍ମାରକପତ୍ର ମଧ୍ଯ ଦେଇଥିଲେ। ଏହାପରେ ପଡୋଶୀ ଝାଡଖଣ୍ଡ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ଆଦି ରାଜ୍ଯ ରେ ସଂଗଠନ ର ଆନ୍ଦୋଳନ କୁ ସୁଦୃଢ଼ କରିବା ପରେ ଦିଲ୍ଲୀ ରାଜ ରାସ୍ତାରେ ହଜାର ହଜାର ସଂଖ୍ଯା ରେ ଶୋଭାଯାତ୍ରାରେ ଯାଇ ମହାମହିମ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର ଦେଇଥିଲେ। ବର୍ତ୍ତମାନ ପଶ୍ଚିମ ବଙ୍ଗ ରେ ପ୍ରତି ଗ୍ରାମ ମାନଙ୍କ ରେ ଆନ୍ଦୋଳନ ଜାରି ରହିଥିବା ର ଜୈମୁନୀ କୁମାର ମହାନ୍ତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବା ସହିତ ସାରା ଭାରତ ବର୍ଷ ରେ ଥିବା ସମସ୍ତ କୁଡୁମୀ ଜାତି କୁ ଏକତ୍ର କରି ଦିଲ୍ଲୀ ରେ ସଂସଦ ଭବନ କୁ ଘେରାଉ କରାଯିବ ବୋଲି ଚେତାବନୀ ମଧ୍ଯ ଦେଇଛନ୍ତି।