Odisha news

ବେତନଟୀ : ନିଜ ଘରେ ଫାଶି ଲଗାଇ ଫୁଲ ବ୍ୟବସାୟୀ ମୃତ

0

ବେତନଟୀ : ବୈଶିଙ୍ଗା ଥାନା ଅଧୀନ ମେରଦା ଦୂର୍ଗାପୁର ଗ୍ରାମର ସ୍ୱର୍ଗତଃ ପ୍ରଫୁଲ୍ଲ ରଣାଙ୍କ ପୁଅ ଭବେଶ ରଣା (୫୦) ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରି ଥିବାର ଜଣା ପଡିଛି । ଭବେଶ ବାଲେଶ୍ୱରରେ ଫୁଲ ବ୍ୟବସାୟ କରନ୍ତି ଓ ନିଜ ପରିବାର ସହିତ ଶ୍ୱଶୁର ଘର ରେମୁଣାରେ ରହୁ ଥିଲେ ।

ସେ ଗତ କିଛି ଦିନ ତଳେ ନିଜ ଘର ଦୂର୍ଗାପୁରକୁ ଆସି ଥିଲେ । ଆଜି ନିଜ ପନôୀ ସହିତ ଫୋନରେ କଥାବାର୍ତ୍ତା ବେଳେ ଉଚ୍ଚବାଚ୍ଚ ହୋଇ ଥିବାର ଜଣା ପଡିଛି । ପାରିବାରିକ କନ୍ଦଳକୁ ନେଇ ଭବେଶ ଆତ୍ମହତ୍ୟା କରି ଥିବାର ପୋଲିସକୁ ସୂଚନା ମିଳିଛି । ଖବର ପାଇ ବୈଶିଙ୍ଗା ଥାନା ଏଏସଆଇ ସୁଶାନ୍ତ କୁମାର ମହାକୁଡ ଦୂର୍ଗାପୁରରେ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଘଟଣାକୁ ନେଇ ବୈଶିଙ୍ଗା ଥାନାରେ ଅପମୃତ୍ୟୁ ମାମଲା ନମ୍ବର ୨୬/୨୦ ରୁଜୁ ହୋଇ ତଦନ୍ତ ଚାଲିଛି ।

Nalco
Leave A Reply