Odisha news

ବିଦ୍ୟୁତ ସଂଯୋଗ ପୂର୍ବରୁ ଟ୍ରାନ୍ସଫର୍ମର ଚୋରି, ଦୁଇ ଦିନ ପରେ ଜବତ ଏବଂ ଅଭିଯୁକ୍ତ ଫେରାର

0

ବେତନଟୀ : ବୈଶିଙ୍ଗା ବିଦ୍ୟୁତ ସେକ୍ସନ ଅଧୀନ କଳମା ଗ୍ରାମର ଜନୈକ ଚାଷୀଙ୍କ ଫାର୍ମକୁ ବିଦ୍ୟୁତ ସଂଯୋଗ ପାଇଁ ୧୦ କେ.ଭି.  ର ଟ୍ରାନ୍ସଫର୍ମର ଟି ଠିକାଦାରଙ୍କ ଦ୍ୱାରା ଲଗାଯାଇଥିଲା। ମାତ୍ର ଉପରିସ୍ଥ ଅଧିକାରୀଙ୍କ ତଦାରଖ ଆଜି ୩ ତାରିଖ ହେବାର ଥିଲା ,ଏଥି ପାଇଁ ବିଦ୍ୟୁତ ସଂଯୋଗ କରାଯାଇନଥିଲା। ମାତ୍ର ଏହାର ଦୁଇ ଦିନ ପୂର୍ବରୁ ଶୁକ୍ରବାର ରାତ୍ରୀରେ ଟ୍ରାନ୍ସଫର୍ମର ଟି କୁ ଦୁର୍ବୁତ୍ତ ମାନେ ଚୋରି କରି ନେଇ ଯାଇଥିଲେ। ଏନେଇ ବିଦ୍ୟୁତ ଠିକାଦାର ଶନିବାର ଦିନ ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ବୈଶିଙ୍ଗା ପୁଲିସ ଅନୁସନ୍ଧାନ କରି ଟ୍ରାନ୍ସଫର୍ମର ଟି କୁ ଉଦ୍ଧାର କରିଥିବା ବେଳେ ଅଭିଯୁକ୍ତ  ଫେରାର ହୋଇଯାଇଥିବାର ଜଣାଯାଇଛି। ଏ ନେଇ ୧୨୭/୨୩ ମୂଳେ ମାମଲା ରୁଜୁ କରାଯାଇଛି।

Nalco
Leave A Reply