Odisha news

ରାମନବମୀ ପାଇଁ ବୈଶିଙ୍ଗା ଅଞ୍ଚଳ ଉତ୍ସବ ମୁଖର ବାଇକ ରାଲିରେ ଶହ ଶହ ରାମ ପ୍ରେମୀଙ୍କ ଯୋଗଦାନ

0

ବେତନଟୀ :  ଦୁଇ ବର୍ଷର କୋଭିଡ କଟକଣା ପରେ ସାରା ଭାରତବର୍ଷରେ ରାମନବମୀ ପାଇଁ ପୁର ରୁ ପଲ୍ଲୀ ପର୍ଯ୍ୟନ ଉତ୍ସବ ମୁଖରିତ ହୋଇ ଉଠିଛି। ତଦନୁରୂପ ଭାବେ ବୈଶିଙ୍ଗା ଏବଂ ଏହାର ଆଖପାଖ ଅଞ୍ଚଳର ଶ୍ରୀରାମ ପ୍ରେମୀ ମାନେ ଏକ ବାଇକ ରାଲୀରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା। ବିଶେଷ କରି ଯୁବ ଗୋଷ୍ଠୀ ମାନେ ଏହି ବାଇକରାଲୀର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ବୈଶିଙ୍ଗା ନିକଟସ୍ଥ ପଦ୍ମପୁର ଜଗନ୍ନାଥ ମନ୍ଦିର ନିକଟରେ ସମସ୍ତେ ଏକତ୍ରୀତ ହେବା ପରେ ମନ୍ଦିର ପରିସରରେ ସମୂହ ହନୁମାନ ଚାଳିଶା ପଠନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି ମଧ୍ଯ ଉପସ୍ଥିତ ହୋଇଥିଲେ। ଏହା ପରେ ମନ୍ଦିର ନିକଟରୁ “ଜୟ ଶ୍ରୀ ରାମ” ଧ୍ବନୀ ସହିତ ବାଇକ ରାଲୀ ବାହାରି ବୈଶିଙ୍ଗା ବଜାର ପରିକ୍ରମା କରି ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମ ନିକଟରେ ପହଞ୍ଚି ଥିଲା। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଏବଂ ଏସଭିଏସ ର ମିଳିତ ସହଯୋଗରେ ରାଲୀ ଅଂଶ ଗ୍ରହଣ କାରୀଙ୍କୁ ଜଳପାନ ଓ ପ୍ରସାଦ ସେବନ କରାଯାଇଥିଲା। ରାଲି ଚାଲିଥିବା ବେଳେ ସ୍ଥାନେ ସ୍ଥାନେ ବାଡି ଖେଳ ମଧ୍ୟ ଅନୁଷ୍ଠିତ ହୋଇଥିଲା।ଏହା ପରେ ରାଲି ମହୁରୀ ଛକ ଦେଇ ରଙ୍ଗାମାଟିଆ, ଜର କା,ଯୁଗୁପୁରା,ଯୁଗୋଳ, ଆଗ୍ରିଆ ପରେ ବେତନଟୀ ଅଭିମୂଖେ ଯାତ୍ରା କରିଥିଲା। ଏହି ରାଲି କୁ ମୂଖ୍ୟତଃ ରାଜେନ୍ଦ୍ର କୁମାର ବିନ୍ଧାଣୀ, ଅଜୟ କୁମାର ମହାନ୍ତି, ସନ୍ତୋଷ କୁମାର ଖଣ୍ଡା, ସତ୍ୟବ୍ରତ ମହାପାତ୍ର, ଉତ୍ସର୍ଗ ବେହେରା ପ୍ରମୁଖ ଏହି ରାଲି କୁ ପରିଚାଳନା କରିଥିଲେ।

Nalco
Leave A Reply