ବେତନଟୀ : ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅନ୍ତର୍ଗତ ପାଟଳିପୁରା ପଞ୍ଚାୟତର ଖଣ୍ଡଦେଉଳା ଗ୍ରାମରେ ୪ ଦିନ ଧରି ଦେଖାଦେଇଛି ଅଜଣା ପୋକଙ୍କ ପ୍ରାଦୁର୍ଭାବ। ଏହି ପୋକ ଙ୍କ ପ୍ରଭାବରେ ଗ୍ରାମବାସୀ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି।ପୋକ ଗୁଡ଼ିକ ଘରେ, ବାହାରେ, ବିଛଣାରେ,ପାଣି ରହିବା ସ୍ଥାନରେ, ଖାଦ୍ୟପଦାର୍ଥରେ, ଦେହରେ ଲାଗି ରହୁଥିବା ଜଣାପଡିଛି। ଏହି ପୋକ ଦେହରେ ଲାଗିଲେ କୁଣ୍ଡାଇ ହୋଇ ଫଳି ଯିବା ସହ ଛିଙ୍କ ହେଉଥିବାର ଜଣାଯାଇଛି। ଏ ବାବଦରେ ସୋମବାର ଦିନ ଜିଲ୍ଲାପାଳ ଓ ଜିଲ୍ଲା ଜରୁରୀ ଅଧିକାରୀ ଙ୍କୁ ଗ୍ରାମବାସୀ ଯୋଗାଯୋଗ କରିଥିଲେ ମଧ୍ୟ ଆଜି ସୁଦ୍ଧା ଏହି ସମସ୍ୟାର କୈାଣସି ସମାଧାନ ହୋଇ ପାରିନାହିଁ। ଡାକ୍ତରୀଦଳ ଓ ଭେଟନାରୀ ଅଧିକାରୀ ଆସିବାର ଆବଶ୍ୟକତା ଥିବା ବେଳେ କେହି ପହଞ୍ଚିବା ନଥିବା ଗ୍ରାମବାସୀ କହିଛନ୍ତି। ଏ ବାବଦରେ ଉକ୍ତ ଗ୍ରାମର ତପନ କୁମାର ପତି କୃଷି ଜିଲ୍ଲା ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ କୃଷି ବିଜ୍ଞାନ କେନ୍ଦ୍ର-୧ ବାରିପଦାର ପରାମର୍ଶକ୍ରମେ ସ୍ଥାନୀୟ କୃଷି ବିଭାଗର ଅଧିକାରୀମାନେ ମଙ୍ଗଳବାର ଅପରାହ୍ନରେ ଉକ୍ତ ଗ୍ରାମରେ ପହଞ୍ଚି ଅନୁଧ୍ୟାନ କରିଥିଲେ। ଗ୍ରାମର ଲୋକମାନଙ୍କୁ ସଚେତନ ରହିବା ପାଇଁ କହିବା ସହିତ ଏହି ପୋକ ଦେହରେ ଲାଗିଲେ କୁଣ୍ଡାଇ ହେବା ସହ ଛିଙ୍କ ହେବ ବୋଲି କହିଥିଲେ। ଗରମ ପାଣି ଓ ସୋଢା ଓ ସର୍ଫ ପକାଇଲେ ଏହା ନଷ୍ଟ ହୋଇଯିବେ ବୋଲି କହିଥିଲେ। ଏହି ପରିଦର୍ଶନ ରେ ବେତନଟୀ କୃଷି ଜିଲ୍ଲା ଅଧିକାରୀ ରବିନାରାୟଣ ପଣ୍ଡା, ବ୍ଲକ କୃଷି ଅଧିକାରୀ ମନୋଜ କୁମାର ପ୍ରଧାନ,ଗ୍ରାମ୍ୟ କୃଷି କର୍ମୀ ଦେବାଶିଷ ନାୟକ ପ୍ରମୁଖ ଥିଲେ। ସେମ୍ପୁଲ ପରୀକ୍ଷଣ ପାଇଁ କିଛି ପୋକକୁ ନେଇଛନ୍ତି ଏହି କୃଷି ଅଧିକାରୀ।ଏହି ଅଧିକାରୀ ଗଣ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ସେ ବିଦ୍ୟାଳୟ , ଅଙ୍ଗନବାଡି-୨ ସମେତ ଭଗବାନ ବେହେରା, ତ୍ରିଲୋଚନ ବେହେରା, ଅନିରୁଦ୍ଧ ପତି,ରମାନାଥ ବେହେରା ପ୍ରମୁଖ ଙ୍କ ଘରକୁ ଯାଇ ଦେଖିଥିଲେ।
