Odisha news

ମହାତ୍ମାଗାନ୍ଧି ଡିଗ୍ରୀ କଲେଜକୁ 5Tରୁ ୫୦ଲକ୍ଷ ଅନୁଦାନ ମିଳିଲା

0

ବେତନଟୀ :  ରାଜ୍ୟ ସରକାର ଉଚ୍ଚ ଶିକ୍ଷାକୁ ଅଗ୍ରାଧିକାର ଦେବା, ଛାତ୍ର ଛାତ୍ରୀ ମାନଙ୍କର ମୌଳିକ ସୁବିଧା ଯୋଗାଇଦେବା, ବିଜ୍ଞାନ ଶିକ୍ଷା ପାଇଁ ସ୍ମାର୍ଟ କ୍ଲାସ ରୁମ୍ ,ଇ- ଲାଇବ୍ରେରୀ ଆଦି ଯୋଗାଇ ଦେବା ପାଇଁ 5T ରେ ଅନ୍ତର୍ଭୁକ୍ତ କରି ଅନୁଦାନ ପ୍ରଦାନ କରିବାକୁ ପ୍ରୟାସ କରିଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ମହଲରେ ସ୍ଵାଗତ କରାଯାଇଛି। ଏହାକୁ ଭିତ୍ତି କରି 5T ସଚିବ ଭି.କେ.ପାଣ୍ଡିଆନଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ବୈଶିଙ୍ଗା ସ୍ଥିତ ମହାତ୍ମାଗାନ୍ଧୀ ଡିଗ୍ରୀ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ତରଫରୁ ୫ଗୋଟି ସ୍ମାର୍ଟ କ୍ଳାସ ରୁମ୍ ,ଇ ଲାଇବ୍ରେରୀ, ଅଡିଟୋରିୟମ , ବାଉଣ୍ଡାରୀ, ବିଜ୍ଞାନ ପରୀକ୍ଷାଗାର, ପିଇବା ପାଣିର ବ୍ୟବସ୍ଥା ସମ୍ପର୍କରେ ଏକ ସ୍କାରକ ପତ୍ର ଦିଆଯାଇଥିଲା।ଏହାର ବିଚାର କରି ସରକାରଙ୍କ ତରଫରୁ ୨ଗୋଟି ସ୍ମାର୍ଟ କ୍ଳାସ ରୁମ୍ ,ଇ ଲାଇବ୍ରେରୀ ଓ ବିଜ୍ଞାନାଗାର ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ମିଳିଥିବାରୁ ମହାତ୍ମାଗାନ୍ଧି ମହାବିଦ୍ୟାଳୟ ର ୩୧ ଜଣ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ, ୬୦୧ ଜଣ ଛାତ୍ର ଛାତ୍ରୀ, ପରିଚାଳନା କମିଟି,ଓ ଅଞ୍ଚଳବାସୀ ଙ୍କ ତରଫରୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,5Tସଚିବ ଭି.କେ.ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ , ଶୁଭ୍ରମଣ୍ୟମ ମହାନ୍ତି ଓ ଅନ୍ୟ ସ୍ଥାନୀୟ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଯାଇଛି। ୬୦୦ରୁ ଅଧିକ ଛାତ୍ର ଛାତ୍ରୀ ଅଧ୍ଯୟନ କରୁଥିବା ବେଳେ ଆଉ ୩ଟି ସ୍ମାର୍ଟରୁମ୍ ,ବାଉଣ୍ଡାରୀ, ପିଇବା ପାଣି ଓ ରାଜପଥ ପାର୍ଶ୍ଵରେ ଛାତ୍ର ଛାତ୍ରୀଙ୍କ ପାଇଁ ବିଶ୍ରାମାଗାର ର ଆବଶ୍ୟକତା ରହିଥିବାରୁ ଆଗାମୀ ଦିନରେ ସରକାର ଏ ଦିଗରେ ପଦକ୍ଷେପ ନେଲେ ମହାବିଦ୍ୟାଳୟର ଉନ୍ନତ୍ତି ହୋଇପାରିବ ବୋଲି ମତପ୍ରକାଶ ପାଇଛି।

Nalco
Leave A Reply