ବେତନଟୀ : ବୈଶିଙ୍ଗା ଥାନା ଅଧୀନ ରଘୁପୁର ପଞ୍ଚାୟତର ଠାକୁରତୋଟା ଠାରେ ଏକ ଫରେଷ୍ଟ ବିଟ ହାଉସ ଉଦଘାଟିତ ହୋଇଯାଇଛି। ଜଙ୍ଗଲର ସୁରକ୍ଷାକୁ ଲକ୍ଷ୍ୟ କରି ବେତନଟୀ ବନଖଣ୍ଡ ଅଧୀନସ୍ଥ ବୈଶିଙ୍ଗା – ବଡାମପୁର ବନାଞ୍ଚଳର ମଧ୍ୟଭାଗରେ ଏକ ବିଟ ହାଉସ ଉଦଘାଟିତ ହେବା ସହ ଜନୈକା ବନରକ୍ଷୀଙ୍କୁ ଜଙ୍ଗଲ ବିଭାଗ ତରଫରୁ ନିୟୋଜିତ କରାଯାଇଥିବା ଜଣାଯାଇଛି। ଗୁରୁବାର ଅପରାହ୍ନ ସମୟରେ ବେତନଟୀ ବନଖଣ୍ଡ ଅଧିକାରୀ ଘନଶ୍ୟାମ ସିଂଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ସନ୍ତୋଷ ଯୋଶୀ , ସମ୍ମାନିତ ଅତିଥି ଭାବେ ଏସିଏଫ ଦିଲ୍ଲୀପ କୁମାର ବାରିକ ପ୍ରମୁଖ ଯୋଗ ଦେଇ ଫରେଷ୍ଟ ବିଟ ହାଉସକୁ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବେତନଟୀ ବନପାଳ ପି.କେ. ସିଂସାମନ୍ତ, ବୈଶିଙ୍ଗା ବନପାଳ ଦୁଲାଲଚନ୍ଦ୍ର ଦିଗାର, ବଡାମପୁର ବନପାଳ ଶୁଭଙ୍କର ସିଂହ, ବନରକ୍ଷୀ ପ୍ରିୟଙ୍କା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଠାକୁରତୋଟା ବିଟ ହାଉସର ବନରକ୍ଷୀ ଭାବେ ପ୍ରଭାତି ପାତ୍ର ନିୟୋଜିତ ହୋଇଥିବା ଜଣାଯାଇଛି।
