Odisha news

ମା ଦୁଧିଆ ବଡାମଙ୍କ ଚୈତୀ ପର୍ବ ଓ ବଡ ପୂଜା ଧୁମଧାମରେ ପାଳିତ

0
ବେତନଟୀ : ବେତନଟୀ ବ୍ଲକ  ବୈଶିଙ୍ଗା ଥାନା ନିକଟସ୍ଥ କେନ୍ଦୁଆ ପଞ୍ଚାୟତର ମୋହନପୁର ଠାରେ ମା ଦୁଧିଆ ବଡାମ ବହୁ ପୁରାତନ କାଳରୁ ଜଙ୍ଗଲ ମଧ୍ୟରେ ଥିବା ପୀଠରେ ପୂଜା ହୋଇ ଆସୁଛନ୍ତି  ତାହାର ହିସାବ କାହାରି ପାଖରେ ନାହିଁ। କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୧୦୦୦ ବର୍ଷ ପୂର୍ବରୁ ଏହି ପୀଠରେ ମା ବନ ଦୁର୍ଗା ପୂଜା ପାଉଥିଲେ ବୋଲି ଆଦିବାସୀ ଜନଜାତିର ପୂଜକ ହାଡାମଙ୍କ ନିକଟରୁ ଶୁଣାଯାଇଛି । ଲୋକଲୋଚନକୁ ଆସିବା ପରେ ମୋହନପୁର   ଏବଂ ଆଖପାଖର ଆଦିବାସୀ ସମ୍ପ୍ରଦାୟର ଲୋକମାନେ  ରାସ୍ତା ପାର୍ଶ୍ଵରେ ମା ଦୁଧିଆ ବଡାମଙ୍କ ପୀଠ ସ୍ଥାପନା କରି ପୂଜା କରୁଛନ୍ତି। ସେହି ଦିନ ଠାରୁ ପ୍ରତି ବର୍ଷ ଚୈତ୍ର ମାସ ପ୍ରଥମ ମଙ୍ଗଳବାର ମା’ ଙ୍କର ବଡପୂଜା ବା ଚୈତ୍ରୀ ପୂଜା ନାମରେ ପୂଜା ହୋଇ ଆସୁଛି। ଚଳିତ ବର୍ଷ  ଚୈତ୍ର ମାସର ପ୍ରଥମ ଶନିବାର ଥିବାରୁ ବହୁ ଜାକ ଜମକରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଆଜି ରବିବାର ତାହା ଉଦଯାପିତ ହୋଇଯାଇଛି । ଶନିବାର ଅପରାହ୍ନରେ ପ୍ରଚଣ୍ତ ବର୍ଷା ହୋଇଥିଲା ବେଳେ ଆଜି ପାଗ ଅନୁକୂଳ ଥିବା ଯୋଗୁଁ   ଶହ ଶହ ଶ୍ରଦ୍ଧାଳୁ ଜଙ୍ଗଲ ମଧ୍ୟରେ ଥିବା ପ୍ରକୃତ ପୀଠରେ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ ମଧ୍ୟ କରିଥିଲେ। ବୈଶିଙ୍ଗା ପୁଲିସ ତରଫରୁ ସହଯୋଗ ମଧ୍ୟ କରାଯାଇଥିଲା । ବଡାମ କମିଟିର ସଦସ୍ୟ ସୁନାରାମ ସିଂ , ଭାଦୁ ସିଂ, ଗୋପାଲ ସିଂ, ମନୋରଞ୍ଜନ ସିଂ, ଲକ୍ଷ୍ମୀଧର ସିଂ, ଘାସିରାମ ସିଂ , ସମିତି ସଭ୍ୟ ଶ୍ରୀଧର ପଣ୍ଡିତ ଓ ଅନ୍ୟ ଗ୍ରାମବାସୀ ପୂଜା ପରିଚାଳନାରେ ସହଯୋଗ କରିଥିଲେ।
Nalco
Leave A Reply