Odisha news

ବଜ୍ରାଘାତରେ କଳମା ର ଜନୈକା ମହିଳାଙ୍କ ମୃତ୍ୟୁ

0
ବେତନଟୀ: ବୈଶିଙ୍ଗା ଥାନା ଅନ୍ତର୍ଗତ କଳମା ପଞ୍ଚାୟତର ବନ୍ଧସାହି ଗ୍ରାମରେ ଆଜି ଅପରାହ୍ନରେ ବଜ୍ରପାତ ଯୋଗୁଁ ଜନୈକା ମହିଳାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ମୁତାବକ ବନ୍ଧସାହି ଗ୍ରାମ ର ସ୍ଵର୍ଗତ ସୁନ୍ଦରା ମାଝୀଙ୍କ ବିଧବା ପତ୍ନୀ ଚୁନାମଣୀ ମାଝୀ(୬୪) ଅପରାହ୍ନ ଚାରିଟା ସମୟରେ ଘର ପିଣ୍ଡାରେ ବସିଥିବା ବେଳେ ବଜ୍ରାଘାତର ଶୀକାର ହୋଇଥିଲେ। ମୃତା ଚୁନାମଣୀ ଙ୍କ ଦୁଇପୁଅ ଓ ଗୋଟିଏ ଝିଅ ବାହା ହୋଇ ସାରିଥିବା ବେଳେ ବଡପୁଅ ମଧ୍ୟ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ସାନପୁଅ କାମ କରିବାକୁ ଯାଇଥିବା ବେଳେ ଘରେ କେହି ନ ଥିଲେ। ପଡିଶା ଲୋକେ ଆସି ଦେଖନ୍ତି ସେ ମରିଯାଇଛନ୍ତି। ସାନ ପୁଅ ଆସିବା ପରେ ମୃତା ମାଆ ଚୁନାମଣୀ କୁ ବୈଶିଙ୍ଗା ଡାକ୍ତରଖାନା ଆଣିବା ସହିତ ଥାନାକୁ ଖବର ଦେଇଥିଲେ। ପୋଲିସ ରବିବାର ସକାଳେ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ସୂଚନା ମିଳିଛି।
Nalco
Leave A Reply