Odisha news

ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ‘ଇନ୍ଦ୍ରାଣୀ’ ବସ୍ : ୨୫ ଆହତ, ୪ ଗୁରୁତର

0
ବେତନଟୀ : ବେତନଟୀ ଥାନା ଅଧୀନ ବାରିପଦା-ବେତନଟୀ ରାସ୍ତାର  ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ନିକଟରେ ରବିବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ନାମ ଯାତ୍ରୀବାହୀ ଘରୋଇ ବସ୍‌ଟି ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା ଅଧୀନ କେସିପୁର ରେଳ ଓଭରବ୍ରିଜ ପାରିହେବା ପରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ଦୁର୍ଘଟଣା ନେଇ ବେତନଟୀ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳପରେ ପହଞ୍ଚି ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପ୍ରଥମେ କେସିପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ତଥା ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି। ଚକା ଫାଟି ଯିବାରୁ ଭାରସ୍ୟାମ ନିୟନ୍ତ୍ରଣ ରଖିବାରେ ଚାଳକ ବିଫଳ ହୋଇଥିଲା,ଯାହା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ବେତନଟୀ ପୁଲିସ ୮୪/୨୩ ରେ ଏକ ମାମଲା ରୁଜୁ କରିବା ସହ  ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି   ତଦନ୍ତ ଜାରି ରଖିଥିବା ଜଣାଯାଇଛି ।
Nalco
Leave A Reply