ବେତନଟୀ : ରାଜନୈତିକ କ୍ଷେତ୍ରରେ ଦେଖାଯାଇଛି ଯେ, ଦଳର ଉନ୍ନତ୍ତି ତଥା ଭୋଟ ହାତେଇବା ପାଇଁ କର୍ମୀ ସବୁବେଳେ ତତ୍ପର ହୋଇଥାଏ। ମାତ୍ର ଦଳର ପ୍ରାର୍ଥୀ ଜିତି ଯିବା ପରେ ଜିଲ୍ଲା କିମ୍ଵା ରାଜ୍ୟ ସ୍ତରୀୟ ମୂଖିଆ ସହିତ ପ୍ରାର୍ଥୀ ମାନେ ମଧ୍ୟ ଏହି କର୍ମୀମାନଙ୍କୁ ଭୁଲିଯିବା ଏକ ନିତି ଦିନିଆ ଘଟଣା ପାଲଟି ଯାଇଛି। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ସାଂସଦ ପଦବୀ ସହିତ ଆଠଟି ବିଧାୟକ ପଦବୀ ସଂରକ୍ଷିତ ଥିବାବେଳେ ଗୋଟିଏ ବିଧାୟକ ପଦବୀ ସାଧାରଣ ବର୍ଗ ଙ୍କ ପାଇଁ ଉଦ୍ଦିଷ୍ଠ ଥିବା ଯୋଗୁଁ ପ୍ରାୟ ସାରା ଜିଲ୍ଲାର କର୍ମୀମାନେ ଅବହେଳିତ । ଏହି କର୍ମୀମାନେ ନିର୍ବାଚନ ପରବର୍ତ୍ତୀ ସମୟରେ ଅଲୋଡ଼ା ହୋଇ ଯାଉଥିବାର ଦେଖିବାକୁ ମିଳିଛି। ଉଦାହରଣ ସ୍ୱରୂପ ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଦଳର ବେତନଟୀ ବ୍ଲକ ପୂର୍ବତନ ସଭାପତି ତଥା ସାମ୍ବାଦିକ ସଞ୍ଜିତ୍ କୁମାର ଦାସ ବଡସାହି ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ, ସହ ପ୍ରଭାରୀ ସୁବ୍ରମଣ୍ୟମ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତରେ ବିଜେଡିରେ ସାମିଲ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୩୬ ନଂ ଓ ୩୭ନଂଜିଲ୍ଳା ପରିଷଦ ଜୋନର ନିର୍ବାଚନ ଦାୟିତ୍ୱରେ ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସଞ୍ଜିତ ଦାସ ଏଥିରେ ଉତଫୁଲିତ ହୋଇ ପ୍ରାଣମୂର୍ଚ୍ଚା ଉଦ୍ୟମ କରି ୩୬ନଂ ଜୋନ ର ଦଳୀୟ ପ୍ରାର୍ଥୀନୀ ସବିତା ଦାସ ଏବଂ ୩୭ନଂଜୋନର ପ୍ରାର୍ଥୀନୀ ଧାନୀ କିସ୍କୁ ଙ୍କ ବିଜୟ ରେ ସହାୟକ ହୋଇ ପାରିଥିଲେ। ପରବର୍ତ୍ତୀ ସଞ୍ଜିତ କୁମାର ମୂଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବମ୍ବେ ସ୍ଥିତ ଟାଟା ମେମୋରିଆଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ସମୟରେ ଦଳର ରାଜ୍ୟ ଓ ଜିଲ୍ଳା ସ୍ତରୀୟ ନେତାମାନେ ତାଙ୍କୁ ସହଯୋଗ କରିବା କଥା.।ମାତ୍ର ପରିତାପର ବିଷୟ ତାଙ୍କର ଦୁଃଖ ବୁଝିବା ପାଇଁ କାହାରି ଇଚ୍ଛା ନଥିବା ଜଣାଯାଇଛି। ଦୈନଦିନ ତାଙ୍କର ଚିକିତ୍ସା ଖର୍ଚ୍ଚ ତାଙ୍କ ପାଇଁ ବୋଝ ପାଲଟିଯାଇଛି। କିଛି ବଦାନ୍ୟ ବ୍ୟକ୍ତି ସାମୟିକ ଭାବେ ସହଯୋଗ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦୀର୍ଘକାଳୀନ ଖର୍ଚ୍ଚର ଆବଶ୍ୟକତା ଜରୁରୀ ହୋଇ ପଡିଛି
