Odisha news

ବେତନଟୀ ରେଞ୍ଜ ଅଧୀନର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ, ଆୟତ୍ତ କରୁଛି ବନବିଭାଗ

0

ବେତନଟୀ : ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଦିନକୁ ଦିନ ବଢୁଥିବା ବେଳେ ଏହା ବନବିଭାଗର ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗ୍ରୀଷ୍ମର ରୌଦ୍ରତାପରେ ଜଙ୍ଗଲ ମାନଙ୍କରେ କାଠ,ପତ୍ର ସବୁ ଶୁଖିଲା ଅବସ୍ଥାରେ ପଡିରହିଛି। ଶିକାର କରିବା , ଶାଳ ମଞ୍ଜି ସଂଗ୍ରହ କରିବା ପ୍ରକ୍ରିୟା, ଜଙ୍ଗଲରୁ ଅତି ମୂଲ୍ୟବାନ ଗଛ  କାଟିବା ପ୍ରକ୍ରିୟା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ କିଛି ବ୍ୟକ୍ତି ବିଶେଷ ଜାଣିଶୁଣି ଜଙ୍ଗଲ ମାନଙ୍କରେ ନିଆଁ ଲଗାଉଥିବା ଅଭିଯୋଗ ହେଉଛି। ଅନୁରୂପ ଭାବେ ବେତନଟୀ ରେଞ୍ଜ ଅଧୀନ ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ସୂଚନା ମିଳିଛି। ବୁଧବାର ଦିନ ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନର କରଞ୍ଜପଡା , ବେତନଟୀ ସେକ୍ସନର ଭାଲୁକଚୁଆ ଏବଂ ସୁନାହଜା ଠାରେ ଜଙ୍ଗଲରେ ନିଆଁ ଲାଗିଥିଲା । ସେହିପରି ଗୁରୁବାର ବେତନଟୀ ସେକ୍ସନ ଅଧୀନ କଇଁଫୁଲିଆ ଜଙ୍ଗଲ ଠାରେ ମଧ୍ୟ ନିଆଁ ଲାଗିଥିବାର ସୂଚନା ମିଳିଥିଲା। ସୂଚନା ପାଇବା ମାତ୍ରେ  ନିଆଁ ଲିଭାଇବା ପାଇଁ ସ୍ଵତନ୍ତ୍ର ଭାବେ ନିୟୋଜିତ ବିଭାଗ ସମେତ ବନ ବିଭାଗୀୟ ଅଧିକାରୀମାନଙ୍କ ସହଯୋଗରେ ଉକ୍ତ ସ୍ଥାନ ମାନଙ୍କରେ ନିଆଁକୁ ଆୟତ୍ତ କରାଯାଇଥିବା ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂ ପ୍ରକାଶ କରିଛନ୍ତି। ଏହି ଭଳି ନିଆଁ ଲିଭା କାର୍ଯ୍ୟକୁ ବ୍ୟାପକ ସ୍ତରରେ କରିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ୨୦ ଜଣିଆ ଫାୟାର ସ୍କ୍ବାର୍ଡ, ସମସ୍ତ ଭିଏସଏସର କର୍ମଚାରୀ ଏବଂ ବିଭାଗୀୟ କର୍ମଚାରୀ ନିୟୋଜିତ ଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି ।

Nalco
Leave A Reply