Odisha news

ଦୁର୍ଗାପୁର ହାଇସ୍କୁଲ ଜମି ଜବରଦଖଲ ଘଟଣାରେ ତହସିଲଦାର ଙ୍କ ତଦନ୍ତ

0
ବେତନଟୀ : ବୈଶିଙ୍ଗା ଥାନା ଅନ୍ତର୍ଗତ ମେର୍ଦା ପଞ୍ଚାୟତ ର ଦୁର୍ଗାପୁର ଉଚ୍ଚ ବିଦ୍ୟାଳୟର କିଛି ଜମି ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଗ୍ରାମବାସୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରା ଯାଇଥିଲା। ସୂଚନାଯୋଗ୍ୟ ଯେ ଜନୈକ ବ୍ୟକ୍ତି ବିଦ୍ୟାଳୟ ନାମରେ ରେକର୍ଡଭୁକ୍ତ ଜମି ଭିତରୁ କିଛି ଜମି ଜବରଦଖଲ କରି ଦୀର୍ଘବର୍ଷ ଧରି ରଖିଥିବା ଏବଂ ତାଙ୍କୁ ଏହି ଜମି ଦଖଲମୁକ୍ତ କରିବା ପାଇଁ ବାରମ୍ବାର କୁହାଯାଇଥିଲେ ହେଁ ସେ ଏଥିପ୍ରତି କର୍ଣ୍ଣପାତ କରୁନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବେତନଟୀ ତହସିଲଦାର ଅନିତା ନାୟକ ରାଜସ୍ଵ ବିଭାଗର ଅନ୍ୟାନ୍ୟ ଉଚ୍ଚ ଅଧିକାରୀଙ୍କୁ ନେଇ ଆଜି ଅପରାହ୍ନରେ ବିବାଦୀୟ ଜମି ସରଜମିନ୍ ତଦନ୍ତ କରି ଫେରି ଯାଇଛନ୍ତି। ସେ ଏ ସଂକ୍ରାନ୍ତରେ ତଦନ୍ତ ରିପୋର୍ଟ ଜିଲ୍ଲାପାଳ ଙ୍କ ଠାରେ ଖୁବଶିଘ୍ର ଦାଖଲ କରିବା ନେଇ ସୂଚନା ଦେଇଛନ୍ତି।
Nalco
Leave A Reply