Odisha news

ବେଆଇନ୍ ବାଲି ଉଠାଣ , ଟ୍ରାକ୍ଟର, ଡମ୍ପର ଓ ଜେସିବି ଜବତ, ୫ କୋର୍ଟ ଚାଲାଣ

0

ବେତନଟୀ : ପାଟଳିପୁରା ପଞ୍ଚାୟତର ବୁଢାବଳଙ୍ଗ ନଦୀ ପଠାର କାଠପାଳ ସ୍ଥିତ ବାଲିଘାଟରୁ ବେଆଇନ୍‌ ଭାବେ  ବାଲି ଉଠାଣ କରୁଥିବା ବେଳେ ବୈଶିଙ୍ଗା ପୋଲିସ ଦ୍ୱାରା ଚାରୋଟି ଟ୍ରାକ୍ଟର ଓ ଦୁଇଟି ଡମ୍ପର କରାଯାଇଥିବା ବେଳେ ପାଞ୍ଚଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୋମବାର ସନ୍ଧ୍ୟା ସମୟରେ ଏହି କାଠ ପାଳ ବାଲି ଘାଟରେ ବାଲି ଉଠାଣ କରାଯାଉଥିବା ଖବର ବୈଶିଙ୍ଗା ଥାନାକୁ ମିଳିବା ପରେ ଥାନାଧୂକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ସେଠାରେ ପହଞ୍ଚିଥିଲେ।

ଆବଶ୍ୟକ କାଗଜପତ୍ର ଯାଞ୍ଚ କରିବା ପରେ ସଠିକ ପ୍ରମାଣ ମିଳିନଥିଲା। ଏଥିପାଇଁ କାର୍ଯ୍ୟରେ ଲାଗିଥିବା ଜେ ସି ବି. ଟିକୁ ପାଟଳିପୁରା ସରପଞ୍ଚଙ୍କୁ ଜିମା ଦେଇ ପାଞ୍ଚ ଡ୍ରାଇଭର ସମେତ ୪ଟି ଟ୍ରାକ୍ଟର ଓ ୨ଟି ଡମ୍ଫର କୁ ବୈଶିଙ୍ଗା ଥାନାକୁ ନେଇ ଆସିଥିଲେ। ଆଜି ଏହି ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏନେଇ ୫୪/୨୩ମୂଳେ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।ଏହି ବାଲିଘାଟଟି ବେତନଟୀ ତହସିଲ କାର୍ଯ୍ୟାଳୟ ତରଫରୁ ନିଲାମ ଦିଆଯାଇଥିଲେ ମଧ୍ୟ ଆବଶ୍ୟକ କାଗଜପତ୍ର ଦିଆ ଯାଇ ନ ଥିଲା, ସେଥିପାଇଁ ଜବତ କରାଯାଇଥିବା କୁହାଯାଉଛି। ତହସିଲ ପ୍ରଶାସନର ଟାଳଟୁଳ ନୀତି ପାଇଁ  ମାଲିକ ମାନଙ୍କୁ ଏଭଳି ହିନସ୍ତା ହେବାକୁ ପଡ଼ୁଛି ବୋଲି ଅଭିଯୋଗ ହୋଇଛି। ଏଥିପାଇଁ ସରକାରଙ୍କ ଉନ୍ନତ୍ତି ମୂଳକ କାର୍ଯ୍ୟରେ ମଧ୍ଯ ବାଧା ଉପୁଜିଛି।

Nalco
Leave A Reply